Masthead

ଅନେକ ଘଟଣାକୁ ଘଣ୍ଟ ଘୋଡ଼ାଇବା ପାଇଁ ଚେଷ୍ଟା କରିଛନ୍ତି ସରକାର : ମହମ୍ମଦ ମୋକିମ

ଭୁୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଆଜିଠୁ ବିଧାନସଭାର ପୂର୍ଣ୍ଣାଙ୍ଗ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀଙ୍କ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ନବ ଦାସ ହତ୍ୟାକାଣ୍ଡ ଓ ରାଜ୍ୟର ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ଗୃହରେ ନାରାବାଜି କରିଥିଲେ ବିରୋଧୀ । ବାରବାଟି- କଟକ ବିଧାୟକ ମହମ୍ମଦ ମୋକିମ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କ୍ୟାବିନେଟ ମନ୍ତ୍ରୀଙ୍କୁ ଜଣେ ପୋଲିସ ସର୍ବସାଧାଣରେ ଗୁଳି କରି ମାରିଛ । ଆଜିକୁ ୨୦ ଦିନରୁ ଅଧିକ ସମୟ ଅତିବାହିତ ହୋଇଗଲା ପରେ ବି ମାରିବାର ଉଦେ୍ଦଶ୍ୟ, ଏହା ପଛରେ କେଉଁମାନେ ଅଛନ୍ତି, କେବେ ଠାରୁ ଯୋଜନା ହୋଇଛି କୌଣସି ତଥ୍ୟ ଲୋକଲୋଚନକୁ ଆସିନାହିଁ ।

ସରକାର କାହାକୁ ଘଣ୍ଟ ଘୋଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି । ପୂର୍ବରୁ ମଧ୍ୟ ଏହିପରି ଅନେକ ଘଟଣାକୁ ଘଣ୍ଟ ଘୋଡ଼ାଇବା ପାଇଁ ଚେଷ୍ଟା କରିଛନ୍ତି ସରକାର । ଯେଉଁଥି ପାଇଁ ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଛନ୍ତି । ଏ ବିଷୟରେ ଆଲୋଚନା ହେଉା ଗୃହ ତାର ଜବାବ ରଖୁ । ଜଣେ ମନ୍ତ୍ରୀଙ୍କୁ ମାରିଲା ପରେ ସରକାର କଣ ପଦକ୍ଷେପ ନେଇଛନ୍ତି । କେଉଁ ସ୍ତରରେ ଇନଭେଷ୍ଟିଗେସନ ଚାଲିଛି । କିନ୍ତୁ ସରକାର ତାକୁ ଭୃକ୍ଷପ କଲେ ନାହିଁ । ରାଜ୍ୟପାଳ ତାଙ୍କ ଅଭିଭାଷଣ ପଢିବା ଆରମ୍ଭ କଲେ । ତେଣୁ ଏହାକୁ ଆମେ ପ୍ରତିବାଦ କଲୁ । ଗୃହ ଭିତରେ ନାରାବାଜି କରି ଆମ କଥା ଶୁଣେଇବା ପାଇଁ ଚେଷ୍ଟା କଲୁ । ସେପଟେ ନବ ଦାସ ଘଟଣାକୁ ନେଇ ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଏକ ଗୁରୁତ୍ୱପୁର୍ଣ୍ଣ ବିଷୟ ।

ସାଧାରଣ ଜନତା ଅନାଇ ବସିଛନ୍ତି, ବିଧାନସଭା ଆରମ୍ଭ ହେଲେ ସରକାର କେଉଁ ଭଳି ଇନଭେଷ୍ଟିଗେସନ କରୁଛନ୍ତି ଏବଂ କେତେଦୂର ଇନଭେଷ୍ଟିଗେସନ ଯାଇଛି ଜାଣିବା ପାଇଁ । କିନ୍ତୁ ସରକାର ତାକୁ ଭୃକ୍ଷପ କଲେ ନାହିଁ । ଅନ୍ୟପଟେ କଂଗ୍ରେସର ଯାହାବି କିଛି ପ୍ରଶ୍ନ ଅଛି ଯାହା ରାଜ୍ୟବାସୀଙ୍କ ପାଇଁ ଆବଶ୍ୟକତା ଅଛି ତାହାକୁ ବିରୋଧୀ ଦଳ ହିସାବରେ ଗୃହରେ ଉଠାଇବୁ । ଏହାର ଉତ୍ତର ସହ ଜବାବ ମଧ୍ୟ ମାଗିବୁ । ବଜେଟ ବି ପାସ ହବ, ସବୁ କାର୍ଯ୍ୟକ୍ରମ ମଧ୍ୟ ଚାଲିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍