ରାଜ୍ୟପାଳଙ୍କ ମୁହଁରେ ସରକାରଙ୍କ ସଫଳତାର ଗାଥା

କାଳିଆରେ ଆରମ୍ଭ, ମ୍ୟାଲେରିଆରେ ଶେଷ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ) : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିଧାନସଭା ପରିସରରେ ପହଞ୍ଚିବା ପରେ ତାଙ୍କୁ ଗୃହକୁ ପାଛୋଟି ନେଇଥିଲେ ଗୃହର ନେତା ଓ ବାଚସ୍ୱତି । ପରେ ରାଜ୍ୟପାଳ ଦେଇଥିଲେ ଅଭିଭାଷଣ । କାଳିଆ ଯୋଜନାରେ ବର୍ତ୍ତମାନ ସୁଧା ୪୧.୦୮ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୮.୬୯ ଲକ୍ଷ ଭୂମିହୀନ କୃଷି ପରିବାରକୁ ସହାୟତା ପ୍ରଦାନ କରାଯାଇଛି । ଭାଗଚାଷୀ ଓ ଭୂମିହୀନ କୃଷକମାନଙ୍କୁ  ନାବାର୍ଡ ସହଯୋଗିତାରେ ବଳରାମ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ସହଜ କୃଷି ବ୍ୟବସାୟ ପ୍ରକ୍ରିୟା ମାଧ୍ୟମରେ କୃଷି ଉଦ୍ୟୋଗକୁ ପ୍ରୋତ୍ସାହିତ କରିବାକୁ ୨୦୧୮ରୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଆରମ୍ଭ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ।
ପୁରୁଷ ହକି ବିଶ୍ଵକପକୁ ସଫଳତାର ସହ ଆୟୋଜନ କରିବା ସହ ୧୫ ମାସ ମଧ୍ୟରେ ବିଶ୍ୱରେ ସର୍ବ ବୃହତ୍ ଦର୍ଶକ କ୍ଷମତା ବିଶିଷ୍ଟ ବର୍ଷା ମୁଣ୍ଡା ହକି ଷ୍ଟାଡିୟମ୍ ନିର୍ମାଣ ହୋଇଛି । ୫ଟି ମୋ ସରକାର ବୃତ୍ତିଗତ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିଛି। ଜନ ସାଧାରଣଙ୍କ ମତାମତ ଆଧାରରେ ପ୍ରଶାସନିକ ବ୍ୟବସ୍ଥାରେ ଉନ୍ନତି ଆଣିଛି। ରାଜ୍ୟ ଶିଳ୍ପ କ୍ଷେତ୍ରରେ ବିକାଶକୁ ଗୁରୁତ୍ୱ ଓ ଅଗ୍ରାଧିକାର ଦେଇ ଓଡ଼ିଶାକୁ ପୂର୍ବ ଭାରତର ଶିଳ୍ପ କ୍ଷେତ୍ରରେ ପରିଣତ କରିବାକୁ ୫ ବର୍ଷ ପାଇଁ ଶିଳ୍ପ ନୀତି ସଂକଳ୍ପ ୨୦୨୨ ଅନୁମୋଦନ କରିଛନ୍ତି ସରକାର। ଇଜ୍ ଅଫ ଡୁଇଂ ବିଜନେସ ରେଟିଙ୍ଗରେ ଓଡ଼ିଶାକୁ ଲକ୍ଷ ହାସଲକାରୀ ରାଜ୍ୟ ମାନ୍ୟତା ମିଳିଛି ।
ବେସାମରିକ ବିମାନ ଚଳାଚଳକୁ ଉନ୍ନତି କରିବା ସହ ବ୍ୟବସାୟିକ ବାତାବରଣ ସୃଷ୍ଟି କରିବାକୁ ବିମାନ ଚଳାଚଳ ନୀତି ୨୦୨୨ ପ୍ରଣୟନ କରାଯାଇଛି। ଓଡ଼ିଶାର ସ୍ୱାସ୍ଥ୍ୟ କ୍ଷେତ୍ରରେ ରୂପାନ୍ତରଣ ପାଇଁ ମାର୍ଗ ଦର୍ଶକ ନୀତି ଓ ପ୍ରାଥମିକତା ହୋଇ ରହିଛି। ରାଜ୍ୟରେ ମାଓ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୧ରୁ ୧୦କୁ ହ୍ରାସ ପାଇଛି । କାଳିଆ ସ୍କଲାରସିପରେ ୭୬୫ ଛାତ୍ରଛାତ୍ରୀ ସାମିଲ କରାଯାଇଛି। ମୁକ୍ତା ଯୋଜନାରେ ୭ଶହ କୋଟି ଟଙ୍କା ବିନିଯୋଗ କରାଯାଇଛି। ଆଦିବାସୀ ବିଦ୍ୟାର୍ଥୀଙ୍କ ପାଇଁ ୮ ଆକାଂକ୍ଷା ବିଦ୍ୟାଳୟ ହୋଇଛି।୨୦୩୦ ସୁଦ୍ଧା ମ୍ୟାଲେରିଆ ମୁକ୍ତ ଓଡ଼ିଶା ସରକାରଙ୍କ ଲକ୍ଷ୍ୟ ରହିଛି  ବୋଲି  ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ