Masthead

ବିଜୟଙ୍କ ରାଜନୈତିକ ଉତ୍ତରାଧିକାରୀ ଅରବିନ୍ଦ!

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): ରାଜରାସ୍ତାରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ବାପା ବିଜୟଙ୍କ ପରେ ରାଜନୈତିକ ଉତ୍ତରାଧିକାରୀ ହେବେ କି ଅରବିନ୍ଦ? ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସେ ଏବେ ରାସ୍ତାକୁ ଓହ୍ଲାଇଲେଣି । ଶତାଧିକ ସମର୍ଥକଙ୍କ ସହିତ ଶୋଭାଯାତ୍ରାରେ ଯାଇ ଗରଦପୁର ବ୍ଲକ୍ ଅଫିସ୍‌ ଆଗରେ କରିଛନ୍ତି ଆନ୍ଦୋଳନ । ଠିକ୍ ବାପାଙ୍କ ଢାଞ୍ଚାରେ । ଆବାସ ଯୋଜନାରେ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀ ଚୟନ, ରାସନକାର୍ଡରେ ନୂତନ ନାମ ସଂଯୋଗ ଦାବି କରିଛନ୍ତି ଅରବିନ୍ଦ । ଖାଲି ସେତିକି ନୁହେଁ ବ୍ଲକ୍‌ରେ ଚାଲିଥିବା ଦୁର୍ନୀତି ବିରୋଧରେ ସ୍ୱର ଶାଣିତ କରିଛନ୍ତି। କୌଣସି ଦଳୀୟ ବ୍ୟାନରେ ନୁହେଁ । ସ୍ୱାଭିମାନ ମଂଚ ବ୍ୟାନରେ ସେ କରିଛନ୍ତି ଆନ୍ଦୋଳନ ।

ଅରବିନ୍ଦଙ୍କ ଏପ୍ରକାର ଆନ୍ଦୋଳନ ପାଟକୁରା ରାଜନୀତିକୁ ସରଗରମ କରିଛି। ଗତ ଜାନୁଆରୀ ୮ରେ ପାଟକୁରା ନିର୍ବାଚନମଣ୍ଡଳୀର ତିକନପୁରରେ ବିଜୟ ଆୟୋଜନ କରିଥିଲେ ବଂଧୁମିଳନ ସମାବେଶ । ସେଥିରେ ସାମିଲ୍‌ ହୋଇଥିଲେ ଅରବିନ୍ଦ । ବିଜୟ ବୋଲି ଖୋଲାଖୋଲି ଘୋଷଣା କରିଥିଲେ ତାଙ୍କର ରାଜନୈତିକ ଉତ୍ତରାଧିକାରୀ ହେବେ ଅରବିନ୍ଦ । କିନ୍ତୁ ଦଳ ସଂପର୍କରେ ମୁହଁ ଖୋଲିନଥିଲେ ବିଜୟ । କହିଥିଲେ ତିନି ମାସ ଭିତରେ ସବୁ ସ୍ପଷ୍ଟ ହେଇଯିବ । ୨୦୨୪ ନିର୍ବାଚନରେ ନୂଆ ସମୀକରଣ ସୃଷ୍ଟି ହେବ ବୋଲି ବିଜୟ ସୂଚାଇ ଦେଇଥିଲେ । ଜାନୁଆରୀ ୮ରେ ବିଜୟଙ୍କ ସଂକେତ ଆଉ ଆଜି ପୁଅ ଅରବିନ୍ଦଙ୍କ ପ୍ରଥମ ଥର ପାଇଁ ରାଜନୈତିକ କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ରାଜନୀତିରେ ଚର୍ଚ୍ଚାର ଖୋରାକ ଯୋଗାଇଛି।

ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଅରବିନ୍ଦଙ୍କ ଭାଷଣରୁ ସ୍ପଷ୍ଟ ବାରି ହୋଇପଡୁଥିଲା ତାଙ୍କର ରାଜନୈତିକ ବ୍ୟକ୍ତିତ୍ୱ । ବ୍ଲକ୍ ସ୍ତରରେ ହେଉଥିବା ଦୁର୍ନୀତିକୁ ନେଇ ପ୍ରଶ୍ନ ଉଠାଇ ସେ ସିଧାସଳଖ ୨୩ବର୍ଷର ବିଜେଡି ସରକାରକୁ ଟାର୍ଗେଟ କରିଥିଲେ । ଏତେ ଦୁର୍ନୀତି କିଭଳି ହେଉଛି ବୋଲି ସେ ପ୍ରଶ୍ନ କରିଥିଲେ । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନେ୍ଦାଳନ ଜୋରଦାର ହେବ ବୋଲି ଅରବିନ୍ଦ ଚେତାଇ ଦେଇଛନ୍ତି । ଅରବିନ୍ଦଙ୍କ ଶାଣିତ ସ୍ୱର ଓ ଆକ୍ରମଣାତ୍ୱକ ଶୈଳୀ ଭବିଷ୍ୟତରେ ସେ ବାପାଙ୍କ ଯୋଗ ରାଜନୈତିକ ଉତ୍ତରାଧିକାରୀ ହୋଇପାରିବେ ବୋଲି ରାଜନୈତିକ ପଣ୍ଡିତମାନେ ଆଶା କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି