Masthead

ସତୀଶ କୌଶିକଙ୍କ ମୃତ୍ୟୁ ମାମଲା , ଗୁମର ଖୋଲିଲେ ସାନଭି

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ସତୀଶ କୌଶିକଙ୍କ ମୃତ୍ୟୁ ନେଇ ନାନା କଥା ଆଲୋଚନା ହେଉଛି । ଏହି ମାମଲା ସେତିକି ପୂରୁଣା ହେଉଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ପୂର୍ବରୁ ସତୀଶ କୌଶିକ ରହିଥିବା ଦିଲ୍ଲୀ ବିଜୱାସନ ସ୍ଥିତ ଫାର୍ମ ହାଉସ୍‌ରୁ କିଛି ଆପତ୍ତିଜନକ ଔଷଧ ମିଳିଥିଲା । ଯାହାକୁ ନେଇ ସତୀଶଙ୍କ ମୃତ୍ୟୁ ସନ୍ଦେହ ଘେରକୁ ଆସିଥିଲା । ହୋଲି ଖେଳି ସାରିବା ପରେ ଫାର୍ମ ହାଉସ୍‌ରେ ସତୀଶଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ହୋଲି ପରଦିନ ଅଭିନେତା ସତୀଶ କୌଶିକଙ୍କ ମୃତ୍ୟୁ ରହସ୍ୟ ନେଇ ଲିଖିତ ଅଭିଯୋଗ ଆଣିଛନ୍ତି ବ୍ୟବସାୟୀ ବିକାଶ ମାଲୁଙ୍କ ପତ୍ନୀ ସାନଭି ମାଲୁ ।

ସତୀଶଙ୍କ ମୃତୁ୍ୟ ପାଇଁ ସାନଭି ତାଙ୍କ ସ୍ୱମୀଙ୍କୁ ଦାୟୀ କରିଛନ୍ତି । ସତୀଶଙ୍କ ମୃତ୍ୟୁ ପାଇଁ ତାଙ୍କ ସ୍ୱାମୀ ତଥା କୁବେର ଗ୍ରୁପ୍ ଅଫ୍ କମ୍ପାନୀର ମାଲିକ ବିକାଶ ମାଲୁଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ସାନଭି । ଏନେଇ ସେ ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି । ସ୍ୱାମୀ ବିକାଶଙ୍କ ବିରୋଧରେ ସ୍ତ୍ରୀ ସାନଭି ଥାନାରେ ଦେଇଛନ୍ତି ଏଫଆଇଆର । ଗଣମାଧ୍ୟମ ଆଗରେ ସତୀଶଙ୍କ ମୃତୁ୍ୟର ଗୁମର ଖୋଲିଛନ୍ତି । ସାନଭି କହିଛନ୍ତି ଯେ, ‘ହୋଲି ଦିନ ସତୀଶ ଜୀ ତାଙ୍କ ସ୍ୱାମୀଙ୍କ ଫାର୍ମ ହାଉସକୁ ଯାଇଥିଲେ । ତା’ ପରେ ତାଙ୍କର ମୃତ୍ୟୁ ହୋଇଛି । ଫାର୍ମ ହାଉସରୁ କିଛି ମେଡିସିନ୍ ମିଳିଛି ।

କଥା ଏତିକିରେ ସରୁନାହିଁ । ଏହା ପୂର୍ବରୁ ୨୦୨୨ ଅଗଷ୍ଟରେ ସତୀଶ ଜୀ ଓ ବିକାଶ ମାଲୁଙ୍କ ମଧ୍ୟରେ ଟଙ୍କା ପଇସାକୁ ନେଇ ଯୁକ୍ତତର୍କ ହୋଇଥିଲା । ସତୀଶ ଜୀ ବିକାଶ ମାଲୁଙ୍କୁ ପୂର୍ବରୁ ୧୫ କୋଟି ଟଙ୍କା ଧାର ଦେଇଥିଲେ । ଟଙ୍କା ଫେରି ପାଇବା ପାଇଁ ବାରମ୍ବାର ସତୀଶ ଜୀ ବାରମ୍ବାର ମାଗୁଥିଲେ । ଦୁହିଁଙ୍କ ମଧ୍ୟରେ ତିକ୍ତତା ବଢୁଥିଲା । ଦୁହେଁ ଦୁହିଁଙ୍କଠାରୁ ଧୀରେ ଧୀରେ ଦୂରେଇ ଯାଇଥିଲେ । ହେଲେ ଟଙ୍କା ଫେରାଇବା ଉଦ୍ଦେଶ୍ୟରେ ନଥିଲେ ବିକାଶ ମାଲୁ । ଏ ବିଷୟ ଜାଣିପାରିଥିଲେ ସାନଭି । ସେ ବିକାଶଙ୍କୁ ପଚାରିଥିଲେ ।

ଗୋଟି ଗୋଟି କରି ସବୁ ଷ୍ଟୋରୀ ସାନଭିଙ୍କ ଆଗରେ କହିଥିଲେ ବିକାଶ । ବିକାଶ ଆହୁରି କହିଥିଲେ ଯେ, ସେ ଏତେ ଟଙ୍କା ଫେରାଇ ପାରିବେ ନାହିଁ । ସବୁଠୁ ଭଲ ହେବ ସତୀଙ୍କୁ ରାସ୍ତାରୁ ହଟାଇଦେବେ । ମୃତ୍ୟୁ ପୂର୍ବରୁ ଯେତେବେଳେ ସତୀଶ ବିକାଶଙ୍କ ଫାର୍ମହାଉସକୁ ଯାଇଥିଲେ ଏବଂ ସେଠାରୁ କିଛି ସନ୍ଦେହଜନକ ମେଡିସିନ୍ ଉଦ୍ଧାର ହୋଇଛି, ତେଣୁ ସତୀଶ କୌଶିକଙ୍କ ମୃତ୍ୟୁ ପଛରେ ତାଙ୍କ ସ୍ୱାମୀ ବିକାଶ ମାଲୁଙ୍କ ହାତ ଥିବା ସନ୍ଦେହ ଘନୀଭୂତ ହେଉଛି ବୋଲି କହିଛନ୍ତି ସାନଭି ମାଲୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି