Masthead

ପେନସନ ସ୍କିମ ସମସ୍ୟା, ୧୭ ଲକ୍ଷ ସରକାରୀ କର୍ମଚାରୀଙ୍କ ଧର୍ମଘଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ମହାରାଷ୍ଟ୍ରରେ ୧୭ ଲକ୍ଷ ସରକାରୀ କର୍ମଚାରୀଙ୍କ ଧର୍ମଘଟ । ପୁରୁଣା ପେନସନ ସ୍କିମ ସମସ୍ୟାର ସମାଧାନ ନହେବାରୁ ତାତିଲେ କର୍ମଚାରୀ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ସହ ସରକାରୀ କର୍ମଚାରୀଙ୍କ ପ୍ରତିନିଧି ଭାବେ ଅଧିକାରୀ ଓ ସେବାନିବୃତ୍ତ କର୍ମଚାରୀଙ୍କ ଏକ ସମିତି ଗଠନ କରାଯାଇ ଆଲୋଚନା କରାଯିବାର ସୂଚନା ରହିଛି । ପୁରୁଣା ପେନସନ୍ ସ୍କିମ ଲାଗୁ କରିବା ଦାବୀରେ ମହାରାଷ୍ଟ୍ର ସରକାର ଓ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ।

ସରକାରୀ ସ୍କୁଲ ଓ କଲେଜଗୁଡିକର ଶିକ୍ଷକ ଓ ଅଧ୍ୟାପକମାନଙ୍କ ସହ ୧୭ଲକ୍ଷରୁ ଅଧିକ କର୍ମଚାରୀ ଧର୍ମଘଟ ଆରମ୍ଭ କରିଛନ୍ତି । ଫଳରେ ଏବେ ଚାଲୁଥିବା ଏସଏସସି ଓ ଏଚଏସସି ପରୀକ୍ଷା ପ୍ରଭାବିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ସହ ଆଲୋଚନା ପରେ ସରକାରୀ କମଚାରୀ ସଂଘ ଧର୍ମଘଟର ନଷ୍ପତ୍ତି ନେଇଛି । ସରକାର ଓପିଏସ ଲାଗୁ କରନ୍ତୁ ବୋଲି ସରକାରୀ କର୍ମଚାରୀ ମାନେ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା