Masthead

ପାରାଦୀପ ପରେ ଅସ୍ତରଙ୍ଗରେ ସନ୍ଦିଗ୍ଧ ପାରା

କାକଟପୁର (ବଡ଼ ଖବର ବ୍ୟୁରୋ):ପୁଣି ସନ୍ଦିଗ୍ଧ ପାରା ନେଇ ଭୟ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନାନପୁର ପତି ସାହିରେ ପୁଣି ଏକ ଠାବ ହୋଇଛି ସନ୍ଦିଗ୍ଧ ପାରା । ପାରା ଦୁଇ ଗୋଡ଼ରେ ପିତଳ ଓ ପ୍ଲାଷ୍ଟିକ ଟ୍ୟାଗ ଥିବା ଜଣାପଡିଛି । ରୂପେନ ପତି ନାମକ ବ୍ୟକ୍ତିଙ୍କ ଛାତ ଉପରେ ୮ଦିନ ହେବ ଦେଖାଯାଉଥିବାବେଳେ ,ଗତକାଲି ସନ୍ଧ୍ୟାରେ ପାରାଟିକୁ କାବୁ କରି ପୋଲିସକୁ ଖବର ଦେଇଥିଲେ ।

ସ୍ଥାନୀୟ ପୋଲିସ , ଫରେଷ୍ଟ କର୍ମଚାରୀ ଉକ୍ତ ବ୍ୟକ୍ତିଙ୍କ ଘରକୁ ଆସି ପଚରା ଉଚରା କରିବା ସହିତ ପାରାଟିକୁ ଉଦ୍ଧାର କରି ଆଣିଛନ୍ତି । ପ୍ରାଥମିକ ଯାଞ୍ଚରୁ ଅନୁମାନ କରାଯାଉଛି, ଏହା ବିଶାଖାପାଟଣାର ଘରୋଇ ବା ପୋଷା ପାରା ବୋଲି । ଅସ୍ତରଙ୍ଗ ସାମୁଦ୍ରିକ ଥାନା ପାରାଟିକୁ ଆଣି ଫରେଷ୍ଟ ଡିପାର୍ଟମେଂଟ କୁ ହସ୍ତାନ୍ତର କରିଲା ପରେ , ପାରାକୁ ନେଇ ବିଶେଷ ଯାଞ୍ଚ କରାଯିବ ବୋଲି ସୂଚନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା