Masthead

ଗୋଟେ ବିଭାଗ କି ଗୋଟେ ଜାଗାରେ ଜଣେ ଅଫିସର ଅଧିକ ସମୟ ରହିବା କଥା ନୁହେଁ: ଜୟନାରାୟଣ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବୁଲି ବୁଲି ସେହି ୫ ଟିରେ ବିରୋଧୀ । ଟାର୍ଗେଟରେ ୫ଟି । ବିଜେପି ଓ କଂଗ୍ରେସର ନିଶାନା ୫ଟି । ପ୍ରତ୍ୟେକ ଜିନିଷ ପାଇଁ ସରକାରଙ୍କ ଏକ ନିର୍ଦ୍ଦିଷ୍ଟ ନୀତି ରହିବା ଆବଶ୍ୟକ । ଟ୍ରାନ୍ସଫର ଏବଂ ପୋଷ୍ଟିଂ ପାଇଁ ଗୋଟେ ନିୟମ ରହିଛି । ଗୋଟେ ବିଭାଗ କି ଗୋଟେ ଜାଗାରେ ଜଣେ ଅଫିସର ଅଧିକ ସମୟ ରହିବା କଥା ନୁହେଁ । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାପାଳ ସେହି ଜିଲ୍ଲାରେ ୬ ବର୍ଷରୁ ଅଧିକ ସମୟ ରହିଲେଣି । କେନ୍ଦୁଝର ଜିଲ୍ଲାପାଳ ପ୍ରଶାସନିକ କାମ ଛାଡି ବେପାର କରିବାରେ ବ୍ୟସ୍ତ । ସେହିପରି ନଗର ଉନ୍ନୟନ ବିଭାଗ ସଚିବ ଜି ମାଥିଭାଥନ ୨୦୧୪ରୁ ୯ ବର୍ଷ ଧରି ଗୋଟିଏ ବିଭାଗରେ ରହିଛନ୍ତି ।

ଖାଦ୍ୟ ଯୋଗାଣ ସଚିବ ବୀରବିକ୍ରମ ଯାଦବ ୨୦୧୭ରୁ ଗୋଟେ ବିଭାଗରେ ରହିଛନ୍ତି । ଯିଏ କି ପୂର୍ତ୍ତ ଓ ଶ୍ରୀମନ୍ଦିର ପ୍ରଶାସନ ଦାୟିତ୍ୱରେ ରହିଛନ୍ତି । ସେହିପରି ଗୋଟିଏ ଲୋକ ଏକାଧିକ ପୋଷ୍ଟରେ ରହିବା ବି ଅନୁଚିତ । ଅରୁଣ ବୋଥ୍ରା ଟ୍ରାନ୍ସପୋର୍ଟ କମିଶନର ଓ କ୍ରାଇମବ୍ରାଞ୍ଚର ଏଡ଼ିଜି ବି ରହିଛନ୍ତି । ସେହିପରି ସୁଶୀଳ କୁମାର ଲୋହାନି ବି ପଂଚାୟତିରାଜ ସଚିବ ଓ ସିଇଓ ରହିଛନ୍ତି । ଏଇଟା କ’ଣ ମୋ ସରକାର? ଏଇଟା କ’ଣ ୫-ଟି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା । ସରକାର ଏ ନେଇ ଗୃହରେ ବିବୃତି ରଖନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼