Masthead

ସମ୍ବିଧାନର କେଉଁଠି ଲେଖା ଅଛି ଅବସର ପ୍ରାପ୍ତ ଅଫିସରଙ୍କୁ ନିଯୁକ୍ତି ଦିଆଯିବନି: ଅରୁଣ ସାହୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶୂନ୍ୟକାଳରେ ବିରୋଧୀ ଦଳ ନେତା ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଉତ୍ତର ରଖିଲେ ବିଜେଡି ବିଧାୟକ ଅରୁଣ ସାହୁ । ଅରୁଣ କହିଥିଲେ ଗୋଟେ ଆଙ୍ଗୁଳି ଅନ୍ୟକୁ ଦେଖେଇଲେ ଚାରୋଟି ଆଙ୍ଗୁଳି ନିଜ ଆଡ଼କୁ ଆସିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବୋଧ ହୁଏ, ବିରୋଧୀ ଦଳ ନେତାଙ୍କ କଳି ରହିଛି । ସେଥିପାଇଁ ତାଙ୍କୁ ଅକଳରେ ପକାଇବାକୁ ଚେଷ୍ଟା କରୁଛନ୍ତି । ତାଙ୍କ ଅଫିସରେ କେତେ ଜ’ଣ ଅବସରପ୍ରାପ୍ତ ଅଧିକାରୀ ଅଛନ୍ତି ବୋଲି ପ୍ରଶ୍ନ କଲେ ବିଜେଡି ବିଧାୟକ ଅରୁଣ ସାହୁ ।

ପ୍ରଧାନମନ୍ତ୍ରୀଙ୍କ ଅଫିସ ତଥା ସାଉଥ ବ୍ଲକରେ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ ଅଧିକାରୀଙ୍କୁ ନେଇ ପ୍ରଶ୍ନ କଲେ ଅରୁଣ । ଖୋଲା ମାର୍କେଟରୁ ଆରଏସଏସ କ୍ୟାଡରଙ୍କୁ ଉଠାଯାଇ ଜଏଣ୍ଟ ସେକ୍ରେଟେରୀ ରଖାଯାଉଛି । ସମ୍ବିଧାନର କେଉଁଠି ଲେଖାଯାଇଛି ଅବସରପ୍ରାପ୍ତ ଅଧିକାରୀଙ୍କୁ ରଖାଯାଇ ପାରିବ ନାହିଁ । ବିଜେପି ଶାସିତ ରାଜ୍ୟରେ କେତେ ଜ’ଣ ଅବସରପ୍ରାପ୍ତ ଅଫିସର ଅଛନ୍ତି ହିସାବ କର । ବିଧାନସଭାରେ ଯେଉଁମାନେ ନାହାନ୍ତି, ସେମାନଙ୍କ ନାଁ ନେବା କଥା ନୁହେଁ । ଏହି ମାନସିକତା ପରିହାର କରନ୍ତୁ ବିରୋଧୀ । ଗୋଟେ ମାନସିକତା ନେଇ ବିଧାନସଭାକୁ ଆସୁଛନ୍ତି । ଏହି ବାଚାଳାମୀ କେତେ ଦିନ ଚାଲିବ ? ଜଣେ ମାନସିକ ରୋଗ ବିଶେଷଜ୍ଞ ରୋଗର ନିରାକରଣ କରିପାରିବେ ବୋଲି ଅରୁଣ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼