Masthead

ଭାରତରେ ଖଲିସ୍ତାନ ସମର୍ଥକଙ୍କ ଟ୍ୱିଟର ଆକାଉଣ୍ଟ ବ୍ଲକ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତରେ ଖଲିସ୍ତାନୀ ସମର୍ଥକଙ୍କ ଟୁଇଟର ଆକାଉଣ୍ଟଗୁଡିକୁ ବ୍ଲକ୍‌ କରାଯାଇଛି। ଏହି ବ୍ଲକ୍‌ ଆକାଉଣ୍ଟରେ କାନାଡାର ନ୍ୟୁ ଡେମୋକ୍ରାଟିକ ପାର୍ଟିର ନେତା ଜଗମିତ ସିଂଙ୍କ ଟୁଇଟର ଆକାଉଣ୍ଟ ମଧ୍ୟ ରହିଛି। ଖଲିସ୍ତାନୀ ନେତା ଅମୃତପାଲ ସିଂଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରାଯାଉଥିବା ଆକାଉଣ୍ଟଗୁଡିକ ବ୍ଲକ୍‌ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ଏପରି ଏକ ସମୟରେ ଘଟିଛି ଯେତେବେଳେ ଖାଲିସ୍ତାନୀ ସମର୍ଥକମାନେ ବିଦେଶରେ ଥିବା ଭାରତୀୟ ଦୂତାବାସ ଏବଂ ହାଇ କମିଶନ ଉପରେ ଆକ୍ରମଣ କରୁଛନ୍ତି।

କାନାଡାର କବୟତ୍ରୀ ରୂପୀ କୌର, କାର୍ଯ୍ୟକର୍ତ୍ତା ଗୁରୁଦୀପ ସିଂ ସାହୋଟାଙ୍କ ଟୁଇଟର୍‌ ଆକାଉଣ୍ଟକୁ ମଧ୍ୟ ବ୍ଲକ୍‌ କରାଯାଇଛି। ସେପଟେ ମାର୍ଚ୍ଚ ୧୯ରେ ଖଲିସ୍ତାନୀ ସମର୍ଥକମାନେ ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନଙ୍କ ଉପରେ ଆକ୍ରମଣ କରି ତ୍ରିରଙ୍ଗାର ଅପମାନ କରିଥିଲେ। ଏହାସହ ଖଲିସ୍ତାନୀ ସମର୍ଥକମାନେ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିଥିଲେ। ଉଭୟ ଘଟଣାକୁ ଭାରତ ନିନ୍ଦାକରିଛି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେଠାକାର ସରକାରଙ୍କୁ କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି