Masthead

ନନ୍ସେନ୍ସ ଅଧ୍ୟାଦେଶ ରାହୁଲଙ୍କୁ ଦେଇଥାନ୍ତା ଆସ୍ୱସ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ରାୟ ରହୁଲ ଗାନ୍ଧିଙ୍କ ପାଇଁ ଲାଗୁହେଲା । ୧୦ବର୍ଷ ତଳେ ତାଙ୍କ ଦଳ ଅଣିଥିବା ଅଧ୍ୟାଦେଶକୁ ନନସେନ୍ସ ଅଧ୍ୟାଦେଶ କହି ଚିରିଦେଇଥିବା ରାହୁଲଙ୍କୁ ସାଂସଦ ପଦ ହରାଇବାକୁ ପଡିଛି । ୨୦୧୩ରେ ଲିଲି ଥୋମାସ ବନାମ କେନ୍ଦ୍ର ସରକାର ମାମଲାର ବିଚାର କରି ସୁପ୍ରିମକୋର୍ଟ ରାୟ ଦେଇଥିଲେ ଯେ ସାଂସଦ କିମ୍ବା ବିଧାୟକ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ୨ବର୍ଷ କିମ୍ବା ତା’ଠାରୁ ଅଧିକ ଦିନ ଜେଲଦଣ୍ଡରେ ଦଣ୍ଡିତ ହେଲେ ତୁରନ୍ତ ତାଙ୍କର ସଦସ୍ୟତା ରଦ୍ଦ ହେବ ।

ତକ୍ରାଳୀନ ୟୁପିଏ ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ୨୦୧୩ ସେପ୍ଟେମ୍ବର ୨୮ରେ ଏକ ଅଧ୍ୟାଦେଶ ଆଣିଥିଲେ । ଏହି ଅଧ୍ୟାଦେଶ ବଳରେ କୌଣସି ସାଂସଦ କିମ୍ବା ବିଧାୟକଙ୍କୁ ୨ବର୍ଷ ଓ ତା’ଠାରୁ ଅଧିକ ଦିନ ଜେଲ ଆଦେଶ ମିଳିଲେ ତୁରନ୍ତ ତାଙ୍କର ସଦସ୍ୟତା ରଦ୍ଦ ହେବ ନାହିଁ । ସଦସ୍ୟ ପଦ ୩ ମାସ କାଏମ ରହିବ । କେନ୍ଦ୍ର ସରକାରରେ ସଦସ୍ୟ ନଥିବା ରାହୁଲ ଏହି ଅଧ୍ୟାଦେଶକୁ ନାପସନ୍ଦ କରିଥିଲେ । ଏହି ଅଧ୍ୟାଦେଶ ଦାଗୀ ଲୋକପ୍ରତିନିଧିମାନଙ୍କୁ ସୁହାଇବ ବୋଲି କହି ଚିରି ଦେଇଥିଲେ । ଏବେ ସୁପ୍ରିମକୋର୍ଟଙ୍କ ରାୟ ବଳରେ ସୁରତ କୋର୍ଟ ଦଣ୍ଡାଦେଶ ଶୁଣାଇବାର ଦିନକ ପରେ ରହୁଲଙ୍କ ସାଂସଦ ପଦ ଚାଲିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି