Masthead

ପୁଣି ଥରେ ଅଶାନ୍ତ ହୋଇ ଉଠିଛି ସିରିୟା

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ):  ପୁଣିଥରେ ଅଶାନ୍ତ ହୋଇ ଉଠିଛି ସିରିୟା। କିଛି ଦିନ ତଳେ ଭୂକମ୍ପ ଯୋଗୁ ଛିନଛତ୍ର ହୋଇଯାଇଥିବା ସିରିୟାରେ ଏବେ ଏୟାର ଷ୍ଟ୍ରାଇକରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଷ୍ଟ୍ରାଇକ ପୂର୍ବରୁ ଇରାନ ସମର୍ଥିତ ଗ୍ରୁପ ଆମେରିକା କ୍ୟାମ୍ପ୍ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା । ଏଥିରେ ଜଣେ ଆମେରିକା କଣ୍ଟ୍ରାକ୍ଟରଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ସୁରକ୍ଷାକର୍ମୀ ଓ ଆଉ ଜଣେ କଣ୍ଟ୍ରାକ୍ଟର ଆହତ ହୋଇଥିଲେ । ଆକ୍ରମଣର କିଛି ଘଣ୍ଟା ପରେ ହିଁ ଆମେରିକା ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଛି । ଆମେରିକା ପକ୍ଷରୁ ସିରିୟାରେ ରହିଥିବା ଇରାନ ସମର୍ଥିତ ଗୋଷ୍ଠୀଙ୍କୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ କରାଯାଇଛି।

ହମଲା ଓ ପ୍ରତି ହମଲା ସମ୍ପର୍କରେ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ଦିନ ୧.୩୮ରେ ଉତ୍ତପୂର୍ବ ସିରିୟାର ହାସାକାହ ନିକଟରେ ଥିବା ଆମେରିକା ବେସ୍‌ କ୍ୟାମ୍ପ ଉପରେ ପ୍ରଥମେ ଡ୍ରୋନ ହମଲା ହୋଇଥିଲା। ଇରାନରେ ନିର୍ମିତ ଡ୍ରୋନ ଦ୍ୱାରା ହିଁ ହମଲା କରାଯାଇଥିଲା। ଏହି ଖବର କ୍ଷୀପ୍ର ଗତିରେ ବ୍ୟାପିବା ପରେ ଆମେରିକା ମଧ୍ୟ ପ୍ରତିଶୋଧ ନେବାକୁ ଅଣ୍ଟା ଭିଡ଼ିଥିଲା। ସିରିୟାର ଡେଇର ଇଜ ଜୋର ଅଞ୍ଚଳରେ ଏକାଧିକ ବିସ୍ଫୋରଣ ହୋଇଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ