Masthead

ରାଜନୀତି ଛାଡିବା ସଙ୍କେତ ଦେଲେ ନୀତିନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ । ରାଜନୀତି ଛାଡ଼ିବାକୁ ନେଇ ପୁଣି ଦେଇଛନ୍ତି ସଙ୍କେତ । ରାଜନୀତି ପ୍ରତି ଆଗ୍ରହ କମୁଥିବା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ପୁଣିଥରେ ସଙ୍କେତ ଦେଇଛନ୍ତି। ତାଙ୍କର ଏଭଳି ମନ୍ତବ୍ୟରୁ ବିଜେପି ଶୀର୍ଷ ନେତୃତ୍ୱରେ ସମ୍ଭାବ୍ୟ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହା ବ୍ୟତୀତ ୨୦୨୪ ସାଧାରଣ ନିର୍ବାଚନ ଲଢ଼ିବା ଲାଗି ତାଙ୍କୁ ଟିକେଟ ଦିଆଯାଇ ନ ପାରେ ବୋଲି ମଧ୍ୟ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ରବିବାର ଏକ ପୁରସ୍କାର ବିତରଣ ଉତ୍ସବରେ ଉଦ୍‌ବୋଧନ ଦେଇ ଗଡ଼କରୀ କହିଥିଲେ, ସେ ଦୁଇଥର ନିର୍ବାଚନ ଜିତିଛନ୍ତି। ଯଦି ସେ ଉପଯୁକ୍ତ ବୋଲି ଲୋକେ ଭାବୁଛନ୍ତି, ତେବେ ଭୋଟ ଦିଅନ୍ତୁ। ସୀମା ବାହାରେ କାହାକୁ ଖୁସି କରାଇବାକୁ ସେ ଚାହାନ୍ତି ନାହିଁ ବୋଲି ଗଡ଼କରୀ କହିଥିଲେ। ଯଦି ତାଙ୍କ ସ୍ଥାନରେ ଅନ୍ୟ କେହି ଆସନ୍ତି, ତେବେ ଠିକ୍‌ ଅଛି। ତେବେ ଗଣମାଧ୍ୟମ ଗଡ଼କରୀଙ୍କ ମନ୍ତବ୍ୟର ଭୁଲ୍‌ ଉପସ୍ଥାପନ କରିଥିବା ତାଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି। ଭୋଟ ପାଇବା ପାଇଁ ତୁଷ୍ଟୀକରଣ ରାଜନୀତିରେ ସାମିଲ ହେବାକୁ ଗଡ଼କରୀ ଚାହାନ୍ତି ନାହିଁ ବୋଲି କହିଥିବା ଅଧିକାରୀ ଜଣକ ସ୍ପଷ୍ଟ କରିଛନ୍ତି।

ଗତ ଜାନୁୟାରୀରେ ହାଲ୍‌ବା ଆଦିବାସୀ ମହାସଂଘ ସଦସ୍ୟମାନଙ୍କୁ ଉଦ୍‌ବୋଧନ ଦେବାବେଳେ ଯାହାକୁ ପସନ୍ଦ କରୁଛନ୍ତି, ତାଙ୍କୁ ଭୋଟ ଦିଅନ୍ତୁ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ କହିଥିଲେ। ସେହିପରି ଗତବର୍ଷ ଜୁଲାଇରେ ସେ କହିଥିଲେ, ରାଜନୀତି ଛାଡ଼ିଦେବା ଉଚିତ ବୋଲି ବେଳେବେଳେ ଅନୁଭବ କରେ। ସମାଜ ପାଇଁ ଅନେକ କାର୍ୟ୍ୟ କରିବାକୁ ହେବ ବୋଲି ସେ କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା