Masthead

ରାଜନୀତି ଛାଡିବା ସଙ୍କେତ ଦେଲେ ନୀତିନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ । ରାଜନୀତି ଛାଡ଼ିବାକୁ ନେଇ ପୁଣି ଦେଇଛନ୍ତି ସଙ୍କେତ । ରାଜନୀତି ପ୍ରତି ଆଗ୍ରହ କମୁଥିବା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ପୁଣିଥରେ ସଙ୍କେତ ଦେଇଛନ୍ତି। ତାଙ୍କର ଏଭଳି ମନ୍ତବ୍ୟରୁ ବିଜେପି ଶୀର୍ଷ ନେତୃତ୍ୱରେ ସମ୍ଭାବ୍ୟ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହା ବ୍ୟତୀତ ୨୦୨୪ ସାଧାରଣ ନିର୍ବାଚନ ଲଢ଼ିବା ଲାଗି ତାଙ୍କୁ ଟିକେଟ ଦିଆଯାଇ ନ ପାରେ ବୋଲି ମଧ୍ୟ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ରବିବାର ଏକ ପୁରସ୍କାର ବିତରଣ ଉତ୍ସବରେ ଉଦ୍‌ବୋଧନ ଦେଇ ଗଡ଼କରୀ କହିଥିଲେ, ସେ ଦୁଇଥର ନିର୍ବାଚନ ଜିତିଛନ୍ତି। ଯଦି ସେ ଉପଯୁକ୍ତ ବୋଲି ଲୋକେ ଭାବୁଛନ୍ତି, ତେବେ ଭୋଟ ଦିଅନ୍ତୁ। ସୀମା ବାହାରେ କାହାକୁ ଖୁସି କରାଇବାକୁ ସେ ଚାହାନ୍ତି ନାହିଁ ବୋଲି ଗଡ଼କରୀ କହିଥିଲେ। ଯଦି ତାଙ୍କ ସ୍ଥାନରେ ଅନ୍ୟ କେହି ଆସନ୍ତି, ତେବେ ଠିକ୍‌ ଅଛି। ତେବେ ଗଣମାଧ୍ୟମ ଗଡ଼କରୀଙ୍କ ମନ୍ତବ୍ୟର ଭୁଲ୍‌ ଉପସ୍ଥାପନ କରିଥିବା ତାଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି। ଭୋଟ ପାଇବା ପାଇଁ ତୁଷ୍ଟୀକରଣ ରାଜନୀତିରେ ସାମିଲ ହେବାକୁ ଗଡ଼କରୀ ଚାହାନ୍ତି ନାହିଁ ବୋଲି କହିଥିବା ଅଧିକାରୀ ଜଣକ ସ୍ପଷ୍ଟ କରିଛନ୍ତି।

ଗତ ଜାନୁୟାରୀରେ ହାଲ୍‌ବା ଆଦିବାସୀ ମହାସଂଘ ସଦସ୍ୟମାନଙ୍କୁ ଉଦ୍‌ବୋଧନ ଦେବାବେଳେ ଯାହାକୁ ପସନ୍ଦ କରୁଛନ୍ତି, ତାଙ୍କୁ ଭୋଟ ଦିଅନ୍ତୁ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ କହିଥିଲେ। ସେହିପରି ଗତବର୍ଷ ଜୁଲାଇରେ ସେ କହିଥିଲେ, ରାଜନୀତି ଛାଡ଼ିଦେବା ଉଚିତ ବୋଲି ବେଳେବେଳେ ଅନୁଭବ କରେ। ସମାଜ ପାଇଁ ଅନେକ କାର୍ୟ୍ୟ କରିବାକୁ ହେବ ବୋଲି ସେ କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ