Masthead

କ୍ୟାନ୍ସର ରୋଗୀଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ବରଗଡ଼ (ବଡ଼ ଖବର ବ୍ୟୁରୋ): ଗରିବ, ଅସହାୟ ଲୋକଙ୍କ ଚିକିତ୍ସା ଲାଗି ସରକାର କରିଛନ୍ତି ଅନେକ ଯୋଜନା । ଏସବୁ କିନ୍ତୁ ସମସ୍ତଙ୍କ ପାଖରେ ପହଞ୍ଚିପାରୁନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଗାଇସିଲଟ୍ ବ୍ଳକ ସରଧାପଲ୍ଲୀ ପଞ୍ଚାୟତ ଲେବିଡ଼ି ଗାଁରେ । ଗଣେଶ ପ୍ରଧାନଙ୍କ ସ୍ତ୍ରୀ ଗୀତାଞ୍ଜଳି । ଦୀର୍ଘଦିନ ହେବ କ୍ୟାନ୍ସର ରୋଗରେ ପଡ଼ି ଛଟପଟ ହେଉଛନ୍ତି । ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଥାଇ ମଧ୍ୟ କିଛି ସୁଫଳ ମିଳୁନାହିଁ ।

ଦୁଇଶିଶୁ ଓ ସ୍ୱାମୀଙ୍କୁ ନେଇ ଗୀତାଞ୍ଜଳିଙ୍କ ପରିବାର । ସ୍ୱାମୀ ସ୍ତ୍ରୀ ଦୁହେଁ ଦିନ ମଜୁରି କରି ଯାହା ରୋଜଗାର କରୁଥିଲେ ଚଳିଯାଉଥିଲେ । ଗୀତାଞ୍ଜଳିଙ୍କ ଏକ ଛୋଟ ଘା’ ବଡ଼ ହେବାରେ ଲାଗିଥିଲା । ଡାକ୍ତରଙ୍କ ପରାମର୍ଶ ପରେ ଏହା କ୍ୟାନ୍ସର ବୋଲି ଜଣାପଡିଥିଲା । ବୁର୍ଲା ମେଡିକାଲରେ ଚିକିତ୍ସିତ ହୋଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ରୋଗରେ ପଡ଼ିବା ଦିନଠାରୁ ଗୀତାଞ୍ଜଳି ଆଉ କାମ କରିପାରୁନାହାନ୍ତି । ସେପଟେ ଲକଡାଉନ ସମୟରେ ଗଣେଶଙ୍କୁ ମଧ୍ୟ କାମ ଧନ୍ଦା ମିଳିନଥିଲା । ପୂର୍ବରୁ ଯାହା ସଞ୍ଚୟ କରିଥିଲେ ଡାକ୍ତର ଦେଖାରେ ସରିଗଲାଣି । ଟଙ୍କା ଆସିବ କେଉଁଠୁ ଯେ ଚିକିତ୍ସା କରିବେ । ଭାଗ୍ୟ ଏବଂ ଭଗବାନଙ୍କ ଭରସାରେ ଦିନ କାଟୁଛନ୍ତି ଗୀତାଞ୍ଜଳି । ସରକାରୀ ସହାୟତା ମିଳିଲେ ସେ ଭଲ ହୋଇଯାଆନ୍ତେ ବୋଲି କହିଛନ୍ତି ଗଣେଶ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା