Masthead

କ୍ୟାନ୍ସର ରୋଗୀଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ବରଗଡ଼ (ବଡ଼ ଖବର ବ୍ୟୁରୋ): ଗରିବ, ଅସହାୟ ଲୋକଙ୍କ ଚିକିତ୍ସା ଲାଗି ସରକାର କରିଛନ୍ତି ଅନେକ ଯୋଜନା । ଏସବୁ କିନ୍ତୁ ସମସ୍ତଙ୍କ ପାଖରେ ପହଞ୍ଚିପାରୁନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଗାଇସିଲଟ୍ ବ୍ଳକ ସରଧାପଲ୍ଲୀ ପଞ୍ଚାୟତ ଲେବିଡ଼ି ଗାଁରେ । ଗଣେଶ ପ୍ରଧାନଙ୍କ ସ୍ତ୍ରୀ ଗୀତାଞ୍ଜଳି । ଦୀର୍ଘଦିନ ହେବ କ୍ୟାନ୍ସର ରୋଗରେ ପଡ଼ି ଛଟପଟ ହେଉଛନ୍ତି । ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଥାଇ ମଧ୍ୟ କିଛି ସୁଫଳ ମିଳୁନାହିଁ ।

ଦୁଇଶିଶୁ ଓ ସ୍ୱାମୀଙ୍କୁ ନେଇ ଗୀତାଞ୍ଜଳିଙ୍କ ପରିବାର । ସ୍ୱାମୀ ସ୍ତ୍ରୀ ଦୁହେଁ ଦିନ ମଜୁରି କରି ଯାହା ରୋଜଗାର କରୁଥିଲେ ଚଳିଯାଉଥିଲେ । ଗୀତାଞ୍ଜଳିଙ୍କ ଏକ ଛୋଟ ଘା’ ବଡ଼ ହେବାରେ ଲାଗିଥିଲା । ଡାକ୍ତରଙ୍କ ପରାମର୍ଶ ପରେ ଏହା କ୍ୟାନ୍ସର ବୋଲି ଜଣାପଡିଥିଲା । ବୁର୍ଲା ମେଡିକାଲରେ ଚିକିତ୍ସିତ ହୋଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ରୋଗରେ ପଡ଼ିବା ଦିନଠାରୁ ଗୀତାଞ୍ଜଳି ଆଉ କାମ କରିପାରୁନାହାନ୍ତି । ସେପଟେ ଲକଡାଉନ ସମୟରେ ଗଣେଶଙ୍କୁ ମଧ୍ୟ କାମ ଧନ୍ଦା ମିଳିନଥିଲା । ପୂର୍ବରୁ ଯାହା ସଞ୍ଚୟ କରିଥିଲେ ଡାକ୍ତର ଦେଖାରେ ସରିଗଲାଣି । ଟଙ୍କା ଆସିବ କେଉଁଠୁ ଯେ ଚିକିତ୍ସା କରିବେ । ଭାଗ୍ୟ ଏବଂ ଭଗବାନଙ୍କ ଭରସାରେ ଦିନ କାଟୁଛନ୍ତି ଗୀତାଞ୍ଜଳି । ସରକାରୀ ସହାୟତା ମିଳିଲେ ସେ ଭଲ ହୋଇଯାଆନ୍ତେ ବୋଲି କହିଛନ୍ତି ଗଣେଶ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଚର୍ଚ୍ଚାରେ ନୀଳ ଡ୍ରମ ! 🔴 ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଚର୍ଚ୍ଚାରେ ନୀଳ ଡ୍ରମ ! 🔴 ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା