Masthead

ପ୍ରାର୍ଥୀ ଘୋଷଣା ପରେ ଜମିବ ପ୍ରଚାର

ଝାରସୁଗୁଡା(ବଡ଼ ଖବର ବ୍ୟୁରୋ): ଝାରସୁଗୁଡା ଉପନିର୍ବାଚନ କାର୍ୟ୍ୟସୂଚୀ ଘୋଷଣା ପରେ ପ୍ରଥମେ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି । କଂଗ୍ରେସ ଓ ବିଜେପିରୁ କିଏ ପ୍ରାର୍ଥୀ ହେବ ସସ୍ପେନ୍ସ ଜାରି ରହିଛି । ଆଗକୁ ଝାରସୁଗୁଡା ଉପ ନିର୍ବାଚନ । କାର୍ଯ୍ୟସୂଚୀ ଘୋଷଣା ପରେ ଝାରସୁଗୁଡା ରାଜନୀତି ଚଳଚଞ୍ଚଳ । ବିଜେଡି ପକ୍ଷରୁ ସ୍ୱର୍ଗୀୟ ନବ ଦାସଙ୍କ ଝିଅ ଦୀପାଲି ଦାସଙ୍କ ନାଁରେ ବିଜେଡି ସୁପ୍ରିମୋ ମୋହର ମାରିସାରିଛନ୍ତି । କଂଗ୍ରେସ ଓ ବିଜେପି ନିଜ ନିଜର ଦଳୀୟ ପ୍ରାର୍ଥୀ ଚୂଡାନ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଖୁବଶୀଘ୍ର ଉଭୟ ଦଳ ପ୍ରାର୍ଥୀ ଘୋଷଣା କରି ମୈଦାନକୁ ଓହ୍ଲାଇବେ।

ବିଜେଡିର ପ୍ରାର୍ଥୀ ଘୋଷଣା ପରେ ଜାତୀୟ ଦଳ ବିଜେପି ଓ କଂଗ୍ରେସ ଦଳୀୟ ପ୍ରାର୍ଥୀ ଘୋଷଣା କରିବାକୁ ତତ୍ପରତା ଦେଖାଇଛନ୍ତି। ବିଜେପି ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ୫ ଜଣିଆ ଟିମ ଝାରସୁଗୁଡା ଆସି ଆଶାୟୀ ଓ ଦଳର ଛାମୁଆ କର୍ମୀଙ୍କ ସହ ଆଲୋଚନା କରିଛନ୍ତି । ୩ ଜଣଙ୍କ ନାମ କେନ୍ଦ୍ରୀୟ କମିଟିକୁ ସୁପାରିଶ କରିଛନ୍ତି । ଖୁବଶୀଘ୍ର ଦଳ ପକ୍ଷରୁ ନାମ ଘୋଷଣା କରାଯିବ ବୋଲି କହିଛନ୍ତି ସାଂସଦ ବସନ୍ତ ପଣ୍ଡା। ଅପରପକ୍ଷରେ କଂଗ୍ରେସ ପକ୍ଷରୁ ମଧ୍ୟ ମାନସମନ୍ଥନ ଆରମ୍ଭ ହୋଇଛି ।

ଝାରସୁଗୁଡାର ପୂର୍ବତନ ବିଧାୟକ ସ୍ଵର୍ଗତ ବୀରେନ୍ଦ୍ର ପାଣ୍ଡେଙ୍କ ଦ୍ୱାଦଶାହ କାର୍ଯ୍ୟରେ ଯୋଗଦେଇ ପିସିସି ସଭାପତି ଶରତ ପଟ୍ଟନାୟକ ଦଳର ତୁଙ୍ଗନେତାଙ୍କ ସହ ମନ୍ତ୍ରଣା କରିଛନ୍ତି। ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ଏକ କମିଟି ଖୁବଶୀଘ୍ର ଝାରସୁଗୁଡା ଆସି ଦଳୀୟ କର୍ମୀଙ୍କୁ ଭେଟି ମତାମତ ଦେବା ପରେ ପ୍ରାର୍ଥୀ ଘୋଷଣା ହେବ । ଦିନେ ଦୁଇଦିନ ଭିତରେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଘୋଷଣା କରିବେ । ପ୍ରାର୍ଥୀ ଘୋଷଣା ପରେ ଜମିବ ପ୍ରଚାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷା ପବନରେ ଉଡିଲା ଘର 🔴 ଦୁର୍ଘଟଣାରେ ଚାଲିଗଲା ମାଆ ଓ ଝିଅଙ୍କ ଜୀବନ 🔴 ରାଜଧାନୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ 🔴 ବୁର୍ଲାରେ ଦୁର୍ଦ୍ଦାନ୍ତ ମନୀଷକୁ ଏନକାଉଣ୍ଟର 🔴 ଆହୁରି ବଢ଼ିବ ଗରମ 🔴 ଏଲଆଇସି ଅଫିସରେ ଅଗ୍ନିକାଣ୍ଡ 🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ବର୍ଷା ପବନରେ ଉଡିଲା ଘର 🔴 ଦୁର୍ଘଟଣାରେ ଚାଲିଗଲା ମାଆ ଓ ଝିଅଙ୍କ ଜୀବନ 🔴 ରାଜଧାନୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ 🔴 ବୁର୍ଲାରେ ଦୁର୍ଦ୍ଦାନ୍ତ ମନୀଷକୁ ଏନକାଉଣ୍ଟର 🔴 ଆହୁରି ବଢ଼ିବ ଗରମ 🔴 ଏଲଆଇସି ଅଫିସରେ ଅଗ୍ନିକାଣ୍ଡ 🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି!