Masthead

ନରସିଂହ ମିଶ୍ରଙ୍କ ପାଟିରେ ବିଜେଡି ବିବୃତି: ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆନ୍ଧ୍ର ଗୋ ବ୍ୟାକ୍ ବିଜେପିର ସ୍ପଷ୍ଟ ଷ୍ଟାଣ୍ଡ । ଏଥିରେ କୌଣସି ଦ୍ୱିମତ ନାହିଁ କିମ୍ବା ଦ୍ଵନ୍ଦ ନାହିଁ । କେନ୍ଦ୍ରମନ୍ତ୍ରୀଙ୍କ ଜାଗାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯଦି ଉତ୍କଳ ଦିବସ କୋଟିଆରେ ପାଳନ କରିଥାନ୍ତେ ଆମେ ସ୍ୱାଗତ କରିଥାନ୍ତୁ । କିନ୍ତୁ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦିନେ ବି କୋଟିଆ ଗଲେ ନାହିଁ, ଏହା ଅତ୍ୟନ୍ତ ଦୁଃଖଦାୟକ କଥା ବୋଲି କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର । କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପାଟିରେ ବିଜେଡି ବିବୃତି ଦିଆକରାଇଲା ।

ମୁଖ୍ୟମନ୍ତ୍ରୀ ଏବଂ ନରସିଂହ ମିଶ୍ର ଉଭୟ ବିଜେଡି ଓ କଂଗ୍ରେସର ମିଳିତ ପ୍ରେସମିଟ୍ କରି କୋଟିଆ ଉପରେ ତାଙ୍କର ଷ୍ଟାଣ୍ଡ ସ୍ପଷ୍ଟ କରନ୍ତୁ । ୬୦ ଦଶକରେ ହୋଇଥିବା ମକଦ୍ଦମା ଆଜି ମଧ୍ୟ ବିଚାରାଧୀନ ଅଛି । ରାଜ୍ୟ ସରକାର କୋଟିଆକୁ ବଞ୍ଚାଇବା ପାଇଁ କୌଣସି ସ୍ପଷ୍ଟ ତଥ୍ୟ ଏ ପର୍ଯ୍ୟନ୍ତ ରଖିପାରିଲେ ନାହିଁ । ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ଓଡ଼ିଆ, ତାପରେ କେନ୍ଦ୍ରମନ୍ତ୍ରୀ । ଓଡ଼ିଶାର ମୁଖ୍ୟମନ୍ତ୍ରୀ କହିଥିଲେ ଆମକୁ କହିବାକୁ ପଡ଼ିନଥାନ୍ତା । ଧର୍ମେନ୍ଦ୍ର ପ୍ରଧାନ ୨୦୧୮ରେ କୋଟିଆ ଯାଇଥିଲେ ଏବଂ ୨୦୨୩ ଏପ୍ରିଲ ୧ରେ ଉତ୍କଳ ଦିବସ ଦିନ ପୁଣି କୋଟିଆ ଅଞ୍ଚଳ ଗସ୍ତ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର