Masthead

ଏକାମ୍ର ହାଟର ମୁକ୍ତମଞ୍ଚରେ ପାରମ୍ପରିକ ପିଠାର ପସରା

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): ଆମର ପ୍ରଥା, ପରମ୍ପରା, ଚଳଣୀ, ଭାଷା ଓ ସଂସ୍କୃତିକୁ ଆମେ ଭୁଲି ଗଲୁଣି। ପୁରୁଣା କହି ଆଜିର ପିଲା ଏସବୁକୁ ପରିତ୍ୟାଗ କରୁଛନ୍ତି। ଏହାର ସୁରକ୍ଷା ତଥା ସମ୍ପାସାରଣ ପାଇଁ ସାଂସ୍କୃତିକ ଆନ୍ଦୋଳନ ଭାବେ ଓଡ଼ିଆ ମହୋତ୍ସବ ଓ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା ଏକ ଉଦାହରଣ। ପିଠା ବାସ୍ନାରେ ମହକିଲା ଏକାମ୍ର ହାଟ। ଆରିସା, କାକରା, ମଣ୍ଡା, ଗଇଁଠା, ଚିତଉ ସାଙ୍ଗକୁ ପୋଡପିଠା। ଏମିତି ଆହୁରି କେତେ କ’ଣ ପାରମ୍ପରିକ ପିଠାର ପସରା ଲାଗିଥିଲା ଏକାମ୍ର ହାଟର ମୁକ୍ତମଞ୍ଚରେ। ସମ୍ଭାବନା ପକ୍ଷରୁ ଆୟୋଜିତ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତାରେ ଭାଗ ନେଇ ଶହ ଶହ ଓଡ଼ିଆଣୀ ପ୍ରସ୍ତୁତ କରିଥିଲେ ଏହି ସ୍ୱାଦିଷ୍ଟ ବ୍ୟଞ୍ଜନ ।

୫ଦିନିଆ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତାର ସମ୍ଭାବନା ମଞ୍ଚରେ ଭଳିକି ଭଳି ସୁସ୍ୱାଦୁ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ ଓଡ଼ିଆଣୀମାନେ। ଏହି କାର୍ୟ୍ୟକ୍ରମରେ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ, ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ଶେଖର ସାହୁ, କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର, ଓଡ଼ିଶା ହଉସିଂ ବୋର୍ଡର ପ୍ରାକ୍ତନ ଅଧ୍ୟକ୍ଷ ତଥା ଓଡ଼ିଆ ମହୋତ୍ସବର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ୨୦୨୧ର ଶ୍ରେଷ୍ଠ ଓଡ଼ିଆଣୀ ବେବିରାଣୀ ଦାସ, ସମ୍ଭାବନାର କାର୍ୟ୍ୟକାରୀ ଅଧ୍ୟକ୍ଷ ସୁଦର୍ଶନ ଦାସ, ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର, ସମ୍ପାଦକ ଦେବ ପ୍ରସାଦ ପରିଜା, ଟ୍ରଷ୍ଟି ସ୍କୃତି ମହାନ୍ତି ମଞ୍ଚାସୀନ ଥିଲେ। ପରମ୍ପରା, ସଂସ୍କୃତି ଓ ଐତିହ୍ୟ ଗୋଟିଏ ଜାତିର ପରିଚୟ । ଏହାକୁ ଅମଳିନ ରଖିବା ପ୍ରତିଟି ଲୋକର କର୍ତ୍ତବ୍ୟ । ଏହି ଭାବଧାରା ନେଇ ପ୍ରତିବର୍ଷ ସମ୍ଭାବନା ଆୟୋଜିତ କରୁଛି ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ