Masthead

ପୁଅ ଆଗରେ ମା’କୁ ଗଣବଳତ୍କାର

ବସ୍ତର,(ବଡ଼ ଖବର ବ୍ୟୁରୋ): ଉତ୍ତରପ୍ରଦେଶର ହାଥରସ ଗଣବଳତ୍କାର ଓ ହତ୍ୟା ନିଆଁ ଲିଭିନି । ଏହି ଘଟଣା ରାଜ୍ୟ ସରକାରଙ୍କ ମୁହଁରେ କାଳି ବୋଳି ଦେଇଛି । ଉଠୁଛି ପଡ଼ୁଛି ସାରା ଦେଶ । କଂଗ୍ରେସ କରିଛି ପ୍ରସଙ୍ଗ । ତେଣେ ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ ଆରମ୍ଭ ହୋଇଛି ସିବିଆଇ ତଦନ୍ତ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଜାରି କରିଛନ୍ତି ନୂଆ ଗାଇଡ଼ ଲାଇନ । ଏହା ସତ୍ତେ୍ୱ ଆଜି ବିହାରର ବସ୍ତର ଜିଲ୍ଲା ଅର୍ନ୍ତଗତ ଓଝାବାରଙ୍ଗ ଗାଁରେ ଘଟିଛି ଆଉ ଏକ ଲୋମହର୍ଷଣକାରୀ ଘଟଣା ।
ଜଣେ ମହିଳାଙ୍କୁ ତାଙ୍କ ପୁଅ ଆଗରେ କିଛି ଦୁବୁର୍ତ୍ତ କରିଥିଲେ ଗଣବଳତ୍କାର । ମା’ର କଷ୍ଟ ସହିପରି ନଥିଲା ନିଷ୍ପାପ ବାଳକ । ଜୋରରେ କରିଥିଲା ଚିକ୍ରାର । ତାର କୋମଳ ହୃଦୟରେ ଜଳିଥିଲା ପ୍ରତିଶୋଧର ନିଆଁ । କୁନି କୁନି ହାତରେ ବଳତ୍କାରୀଙ୍କୁ କରିଥିଲା ଆକ୍ରମଣ । ପାରିଲାନି, ହାରିଗଲା । ଜଣେ    ବଳତ୍କାରୀ ର  ଚାପୁଡାରେ ସବୁଦିନ ପାଇଁ ସେ ଆଖି ବୁଜିଦେଲା । ଆଉ ସଜ୍ଞାହୀନ ମହିଳା ଓ ତାଙ୍କ ଶିଶୁପୁତ୍ରକୁ ଦୁବୁର୍ତ୍ତମାନେ ନିକଟସ୍ଥ ନଦୀକୁ ଫୋପାଡ଼ି ଦେଇ ଫେରାର ହୋଇଯାଇଛନ୍ତି ।
ନଦୀରେ ଜଣେ ମହିଳାଙ୍କ ଶବ ଭାସୁଥିବା ଦେଖି କେହି ଜଣେ ସ୍ଥାନୀୟ ଥାନାକୁ ଖବର ଦେଇଥିଲେ । ପହଞ୍ଚିଥିଲା ପୋଲିସ । ମା’ ପୁଅଙ୍କୁ ଉଦ୍ଧାର କରାଯାଇଥିଲା । ମହିଳାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତୀ କରାଯାଇଛି । ସେ ଗୁରୁତର ଅଛନ୍ତି । ଉଦ୍ଧାର ଶିଶୁର ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ଡ଼ାକ୍ତରଖାନାକୁ ପଠାଇଛି ।

ପୋଲିସ କହିଛି ଏ ସଂପର୍କରେ ଏକ ମାମଲା ରୁଜୁ ହୋଇଛି । ପୀଡ଼ିତିଙ୍କର ଡ଼ାକ୍ତରୀମାଇନା ସରିଛି । ଜଣେ ଅଭିଯୁ୍କ୍ତଙ୍କୁ ଗିରଫ କରାଯାଇଛି । ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୋଲିସ କହିଛି । ଏହି ଘଟଣା ବିଜୁଳି ବେଗରେ ବ୍ୟାପିବାରୁ ବିହାର ରାଜନୀତି ସରଗରମ ହୋଇଉଠିଛି । ବିହାରରେ ବିଧାନସଭା ନିର୍ବାଚନ ଥିବାରୁ ବିରୋଧୀ ଏହାକୁ ମୁଖ୍ୟ ପ୍ରସଙ୍ଗ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ