Masthead

ଆଇଗଣିଆ ମୋ ଏରିଆ, ମୋ ନାଁ ତ କେଉଁଠି ନାହିଁ: ଅଶୋକ ପଣ୍ଡା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ପ୍ରତିଷ୍ଠା ଦିବସକୁ ସାଂସଦ ଅପରାଜିତାଙ୍କୁ ନିମନ୍ତ୍ରଣ କରାନଯିବା ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ଗତ ବର୍ଷ ମଧ୍ୟ ଅପରାଜିତାଙ୍କୁ ନିମନ୍ତ୍ରଣ କରାଯାଇନଥିଲା । ଯାହାକୁ ନେଇ ସାଂସଦ ଅପରାଜିତା ଟ୍ୱିଟ କରି ସମାଲୋଚନା କରିଥିଲେ । ଏବଂ ମନ୍ତ୍ରୀ ଅଶୋକ ପଣ୍ଡା କ୍ଷମା ମାଗନ୍ତୁ ବୋଲି କହିଥିଲେ । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ । ଅଶୋକ ପଣ୍ଡା କହିଛନ୍ତି, ସାଂସଦ କହିଥିଲେ ମନ୍ତ୍ରୀ କ୍ଷମା ମାଗନ୍ତୁ, ହେଲେ ମୁଁ କଣ ପାଇଁ କ୍ଷମା ମାଗିବି । ମୁଁ ପ୍ରତିଷ୍ଠା ଦିବସର ଆୟୋଜକ କି ସଂଯୋଜକ ନଥିଲି ।

ମିଡିଆକୁ ବିଭ୍ରାନ୍ତ କରିବା ପାଇଁ ସାଂସଦ ଏହି ସବୁ କଥା କହିଛନ୍ତି । ସାଂସଦ ନାଁକୁ ନେଇ ମୋତେ କାହିଁକି ପ୍ରଶ୍ନ କରାଯାଉଛି ବୋଲି କହିଛନ୍ତି ଅଶୋକ ପଣ୍ଡା । ସେ ଆହୁରି ମଧ୍ୟ କହିଛନ୍ତି ଆଇଗଣିଆ ଅଶୋକ ପଣ୍ଡା ଏରିଆ ହେଲେ ମଧ୍ୟ ମୋ ନାଁ କେଉଁଠି ମଧ୍ୟ ନାହିଁ । କିନ୍ତୁ ସାଂସଦଙ୍କ ବୋର୍ଡ ମରାଯାଇଛି । ମୁଁ କହିବାକୁ ଗଲେ ବହୁତ କଥା ବାହାରିବ । ମୋତେ ପ୍ରୋଭକ କରନ୍ତୁ ନାହିଁ । ବିକାଶକୁ ସ୍ୱାଗତ କରନ୍ତୁ ସାଂସଦ । ସବୁଥିରେ ଦୋଷତ୍ରୁଟି ଖୋଜିବା ଠିକ ନୁହେଁ ବୋଲି କହିଛନ୍ତି ଅଶୋକ ପଣ୍ଡା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ