Masthead

ଶେଷ ଓଭରରେ ଜିତିଲା ଗୁଜୁରାଟ

ମୋହାଲି(ବଡ଼ ଖବର ବ୍ୟୁରୋ): ପଞ୍ଜାବକୁ ହରାଇଲା ଗୁଜୁରାଟ । ଶେଷ ଓଭରରେ ଜିତିଲା ଗୁଜୁରାଟ । ଗୁରୁବାର ଖେଳାଯାଇଥିବା ମ୍ୟାଚରେ  ଗୁଜୁରାଟ ଟାଇଟନ୍ସ ୬ ୱିକେଟରେ ବିଜୟୀ ହୋଇଛି । ପଞ୍ଜାବ କିଙ୍ଗ୍ସ ୨୦ ଓଭରରେ ୮ ଉଇକେଟ ହରାଇ ୧୫୩ ରନ୍‌ କରିଥିବା ବେଳେ ଗୁଜରାଟ ୧୯.୫ ଓଭରରେ ୪ ୱିକେଟ ହରାଇ ମ୍ୟାଚ୍‌ ଜିତି ନେଇଥିଲା।

ପ୍ରଥମେ ଗୁଜୁରାଟ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ କରି ପଞ୍ଜାବ ୮ ୱିକେଟ ବିନିମୟରେ ୧୫୩ ରନ କରିଥିବା ବେଳେ ଗୁଜୁରାଟ ଟାଇଟନ୍ସ ୪ ୱିକେଟ ବିନିମୟରେ ଲକ୍ଷ୍ୟ ହାସଲ କରିଥିଲା । କାଲିର ମ୍ୟାଚ ଜିତିବା ପରେ ଗୁଜୁରାଟକୁ ୬ ପଏଣ୍ଟ ମିଳିଛି । ପଞ୍ଜାବ ୪ ପଏଣ୍ଟରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍