Masthead

ବଜାରରେ ବୁଲୁଛି ୫ଲକ୍ଷ ନକଲି ଡିଗ୍ରୀ ସାର୍ଟିଫିକେଟ୍

ଇମ୍ଫାଲ (ବଡ଼ ଖବର ବ୍ୟୁରୋ): ଶିକ୍ଷା ନାମରେ ଚାଲିଛି ବେପାର । ପିଲାଙ୍କୁ ପାଠ ନପଢାଇ ଶିକ୍ଷାନୁଷ୍ଠାନର ମାଲିକମାନେ ଉଠାଉଛନ୍ତି ଢେର ମୁନାଫା । ପାଠ ନପଡି ମଧ୍ୟ ମିଳୁଛି ସାର୍ଟିଫିକେଟ । ଏଭଳି ଘଟଣା ହିମାଚଳର ମନଭ ଭାରତ ବିଶ୍ୱବିଦ୍ୟାଳୟକୁ ଅଡୁଆରେ ପକାଇଦେଇଛି । ପାଞ୍ଚ ଲକ୍ଷ ନକଲି ଡିଗ୍ରୀ ବିକ୍ରି କରିଛି ଏହି ଶିକ୍ଷାନୁଷ୍ଠାନ । ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଆରମ୍ଭ ହୋଇଛି ଖୋଳତାଡ ।

ଦୀର୍ଘଦିନ ଧରି ମନଭ ଭାରତ ବିଶ୍ୱବିଦ୍ୟାଳୟ ନକଲି ଡିଗ୍ରୀ ବିକ୍ରିକରି ଆସୁଥିଲା । ଦେଶ ବିଦେଶର ଛାତ୍ରଛାତ୍ରୀମାନେ ଏହାକୁ ଚଢାଦରରେ କିଣି ସରକାରୀ ଓ ବେସରକାରୀ ସଂସ୍ଥାରେ ମଧ୍ୟ ଚାକିରି କରିଛନ୍ତି । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ହେବାରୁ ବିଶ୍ୱବିଦ୍ୟାଳୟର ମାଲିକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ବର୍ତ୍ତମାନ ଇଡି ଓ ଆୟକର ବିଭାଗ ଛାନଭିନ୍ କରୁଛନ୍ତି । ହିମାଚଳ ପ୍ରଦେଶର ପୁଲିସ ତଦନ୍ତରେ ସହାୟତା କରୁଛି । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ୧୭ ସେପ୍ଟେମ୍ବରରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଛି । ବିଶ୍ୱବିଦ୍ୟାଳୟ ଏବଂ ଏହାର ମାଲିକଙ୍କ ସମ୍ପତ୍ତି ସିଜ୍ କରିବା ଆରମ୍ଭ କରିଛି ଇଡି । ବିଶ୍ୱବିଦ୍ୟାଳୟର ସମ୍ପତ୍ତିି ସମ୍ପର୍କରେ ସୋଲାନର ଜିଲ୍ଲା ପ୍ରଶାସନଠାରୁ ସୂଚନା ମାଗିଛି ତଦନ୍ତକାରୀ ସଂସ୍ଥା ।

ଏହି ମାମଲାରେ ହିମାଚଳ ପୋଲିସ ପୂର୍ବରୁ ୩ଟି ଏଫ୍ଆଇଆର୍ ପଞ୍ଜୀକୃତ କରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲା ଅନେକ ରାଜ୍ୟ ତଥା ବିଦେଶ ସହ ଜଡିତ ଥିବାରୁ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ବିଧାନସଭାରେ ଏଡିଜି ଭେନୁଗୋପାଲଙ୍କ ଅଧ୍ୟକ୍ଷତାରେ ଏକ ଏସଆଇଟି ଗଠନ କରିଥିଲେ । ସରକାର ତଦନ୍ତ ଦାୟିତ୍ୱ ଏହି ଏସଆଇଟିକୁ ପ୍ରଦାନ କରିଥିଲେ। ତଦନ୍ତ ବେଳେ ଏସଆଇଟିକୁ ମିଳିଥିଲା ଅନେକ ରହସ୍ୟ । ରହସ୍ୟ ଉନ୍ମୋଚନ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆୟକର ଏବଂ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଡେପୁଟି ଡାଇରେକ୍ଟରସ୍ତରର ଅଧିକାରୀମାନେ ଲାଗିପଡିଛନ୍ତି ।

ତଦନ୍ତରେ ସହଯୋଗ କରିବାକୁ ଡିଜିପି ସଞ୍ଜୟ କୁଣ୍ଡୁ ବ୍ୟକ୍ତିଗତ ଭାବେ ଇଡି ଏବଂ ଆୟକର ଅଧିକାରୀଙ୍କୁ ଏକ ଚିଠି ଲେଖିଥିଲେ। ଯୁକ୍ତି ଦର୍ଶାଯାଇଥିଲା ଯେ ପୋଲିସ ମଧ୍ୟ ଆର୍ଥିକ ତ୍ରୁଟିର ଯାଞ୍ଚକରୁଛି । ଯଦି ଉଭୟ ଏଜେନ୍ସି ସହଯୋଗ କରନ୍ତି, ତେବେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହେଲେ ଆଉ ଜଣେ ଭାରତୀୟ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହେଲେ ଆଉ ଜଣେ ଭାରତୀୟ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା