Masthead

୩ ୱିକେଟରେ ଜିତିଲା ରାଜସ୍ଥାନ

ଅହମ୍ମଦାବାଦ (ବଡ଼ ଖବର ବ୍ୟୁରୋ):  ଆଇପିଏଲ ୨୦୨୩ ମ୍ୟାଚରେ ଗୁଜରାଟକୁ ୩ ୱିକେଟରେ ହରାଇଲା ରାଜସ୍ଥାନ । ପ୍ରଥମେ ବ୍ୟାଟିଂ କରି ୧୭୭ ରନ କରିଥିଲା ଗୁଜରାଟ । ଜବାବରେ ରାଜସ୍ଥାନ ୧୯.୩ ବଲରେ ବିଜୟ ହାସଲ କରିଛି । ପ୍ରଥମେ ଟସ ଜିତି ଗୁଜରାଟକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ । ତେବେ ପ୍ରଥମ ଓଭରରୁ ହିଁ ୱିକେଟ ହରାଇବା ଆରମ୍ଭ କରିଥିଲା ଗୁଜରାଟ । ରିଦ୍ଧିମାନ ଶାହା ୪ ରନ କରି ଆଉଟ ହୋଇଥିଲେ ।

ଏହାପରେ ସାଇ ସୁଦର୍ଶନ ୨୦ ରନ କରି ପାଭିଲିୟନ ଫେରିଥିବା ବେଳେ ୨୮ ରନ କରି ଆଉଟ ହୋଇଥିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ସେପଟେ ଯୁବ ବ୍ୟାଟର ଶୁଭମନ ଗିଲ ପାଳିକୁ ସମ୍ଭାଳିଥିଲେ । ଏଥିରେ ତାଙ୍କର ଭରପୁର ସାଥ ଦେଇଥିଲେ ଡେଭିଡ ମିଲର । ଗିଲ ୩୪ ବଲରୁ ୪୫ ରନ କରିଥିବା ବେଳେ ମିଲର ୩୦ଟି ବଲରୁ ଦୃତ ୪୬ ରନ କରିଥିଲେ । ଶେଷ ବେଳକୁ ଅଭିନବ ମନୋହର ୧୩ ବଲରୁ ୨୭ ରନ କରି ଦଳୀୟ ସ୍କୋରକୁ ୧୭୭ ରନରେ ପହଞ୍ଚାଇଥିଲେ ।

ରାଜସ୍ଥାନ ପକ୍ଷରୁ ସନ୍ଦିପ ଶର୍ମା ୨ଟି ୱିକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ, ଆଦାମ ଜାମ୍ପା ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ । ଟ୍ରେଣ୍ଟ ବୋଲ୍ଟ ସର୍ବାଧିକ ୪ ଓଭରରେ ୪୬ ରନ ଖର୍ଚ୍ଚ କରି ଦଳ ପାଇଁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ । ୧୭୮ ରନର ପିଛା କରି ରାଜସ୍ଥାନର ଟପ ଅର୍ଡର ଫେଲ ମାରିଥିଲା । ଏହାରି ମଧ୍ୟରେ ଦେବଦତ୍ତ ପାଡିକଲ ରକ୍ଷଣାତ୍ମକ ପାଳି ଖେଳି ସ୍କୋର ବୋର୍ଡକୁ ଗତି ଦେଇଥିଲେ ।

୨୬ ରନ କରି ପାଡିକଲ ଆଉଟ ହେବାପରେ ମୈଦାନକୁ ଓହ୍ଲାଇଥିଲେ ଅଧିନାୟକ ସଞ୍ଜୁ ସାମସନ । ସେ ୬ଟି ଛକା ଓ ୩ଟି ଚୌକା ବଳରେ ଦୃତ ୬୦ ରନ କରିଥିଲେ । ଏହାରି ମଧ୍ୟରେ ରିୟାନ ପରାଗ ମାତ୍ର ୫ ରନ କରି ପାଭିଲିୟନ ଫେରିଥିଲେ । ସିମ୍ରନ ହେଟମେୟାରଙ୍କ ପାଳି ଦଳ ପାଇଁ ସଞ୍ଜିବନୀ ସାବ୍ୟସ୍ତ ହୋଇଥିଲା । ୨୬ଟି ବଲରେ ସେ ୫୬ ରନ କରି ଦଳକୁ ବିଜୟ ଦେଇଛନ୍ତି ।

ଏଥିପାଇଁ ସେ ପ୍ଲେୟାର ଅଫ ଦି ମ୍ୟାଚ ମଧ୍ୟ ବିବେଚିତ ହୋଇଛନ୍ତି । ଅନ୍ୟପଟେ ମହମ୍ମଦ ସାମି ଗୁଜରାଟ ପକ୍ଷରୁ ସର୍ବାଧିକ ୩ଟି ୱିକେଟ ନେଇଛନ୍ତି । ରସିଦ ଖାନ ୨ଟି ୱିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ ନୁର ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ରସିଦ ଖାନ ସର୍ବାଧିକ ୪୬ ରନ ଖର୍ଚ୍ଚ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ