ଜମୁଛି ପାଟଣ ମଙ୍ଗଳା ଯାତ୍ରା, ମେଳାରେ ଅସମ୍ବାଳ ଭିଡ଼

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଜମୁଛି ପାଟଣ ମଙ୍ଗଳା ଯାତ୍ରା । ମେଳାରେ ଅସମ୍ବାଳ ଭିଡ଼ ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲାର ଘଣ୍ଟେଶ୍ୱର ଅଞ୍ଚଳରେ ପ୍ରସିଦ୍ଧ ମା’ ପାଟଣ ମଙ୍ଗଳା ଯାତ୍ରା ଜମୁଛି। ଏହି ମେଳା ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଥିବା ବେଳେ ୭ ଦିନ ପର୍ଯ୍ୟନ୍ତ ଚାଲିବ । ମେଳାରେ ମିନା ବଜାର ଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ, ଦୋଳି ଅନେକ ଦୋକାନ ମାନ ପଡିଛି । ପ୍ରଚଣ୍ଡ ଖରା ପାଇଁ ଦିନରେ ଲୋକଙ୍କ ଭିଡ କମ ରହୁଥିବା ଵେଳେ ରାତିରେ ଭିଡ ଅଧିକ ରହୁଥିବା ଦେଖିବାକୁ ମିଳୁଛି। ଅଧିକ ଖରା ସାଙ୍ଗକୁ ଗୁଳୁଗୁଳି ଯାତ୍ରୀ ମାନଙ୍କୁ ହନ୍ତସନ୍ତ କରୁଛି ।

ଜାଗା ଜାଗାରେ ଧଣ୍ଡାଯାତ୍ରୀମାନଙ୍କ ପାଇଁ ପାନୀୟ ବ୍ୟବସ୍ଥା ମଧ୍ୟ କରାଯାଇଛି । ଗରମ ଗୁଳୁଗୁଳି ପାଇଁ ଯାତ୍ରୀ ମାନଙ୍କ ସୁରକ୍ଷା କବଚ ସାଜିଛି ହାତ ତିଆରି ବିଚଣା।ସମସ୍ତ ଲୁହା ସାମଗ୍ରୀ ସାଙ୍ଗକୁ ପଥରରେ ତିଆରି ମୂର୍ତ୍ତି ମେଳାକୁ ଛୀବନ୍ତ କରିଛି। ବିଭିନ୍ନ ଦୋଳିର ମଜା ନେଉଛନ୍ତି ଛୋଟ ପିଲା । ମେଳାର ମୁଖ୍ୟ ଆକର୍ଷଣ ହେଉଛି ଚଣା ଉଖୁଡା । କମିଟି ତରଫରୁ ମେଳାରେ ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି । ନୂତନ କରି ତିଆରି ହୋଇଥିବା ସେଲ୍ଫି ପଏଣ୍ଟ ଯୁବପିଢ଼ି ମାନଙ୍କୁ ଆକୃଷ୍ଟ କରୁଛି । ପିରାହାଟ ଏବଂ ଘଣ୍ଟେଶ୍ୱର ପୋଲିସ ସୁରକ୍ଷା କଡ଼ାକଡ଼ି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ଆନନ୍ଦପୁରରେ ଏନକାଉଣ୍ଟର 🔴 ମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀଙ୍କ ଠାରୁ ମାତ୍ର ହଜାରେ ଅଧିକ ପାଉଛନ୍ତି ମୁଖ୍ୟମନ୍ତ୍ରୀ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 AEEଙ୍କ ସମ୍ପତ୍ତିର ଲମ୍ବା ତାଲିକା 🔴 ‘ଭୁବନ ଖବର’ ସାପ୍ତାହିକ ଖବରକାଗଜ ଉଦଘାଟିତ 🔴 ଆସୁଛି ବଡ଼ ବାତ୍ୟା! ୨୭ କିମ୍ବା ୨୮ରେ ଆନ୍ଧ୍ର-ଓଡ଼ିଶା ଉପକୂଳରେ ହୋଇପାରେ ମାଡି 🔴 ଲୋକସେବା ଭବନରେ CMଙ୍କ ବଡ଼ ବୈଠକ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ଆନନ୍ଦପୁରରେ ଏନକାଉଣ୍ଟର 🔴 ମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀଙ୍କ ଠାରୁ ମାତ୍ର ହଜାରେ ଅଧିକ ପାଉଛନ୍ତି ମୁଖ୍ୟମନ୍ତ୍ରୀ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 AEEଙ୍କ ସମ୍ପତ୍ତିର ଲମ୍ବା ତାଲିକା 🔴 ‘ଭୁବନ ଖବର’ ସାପ୍ତାହିକ ଖବରକାଗଜ ଉଦଘାଟିତ 🔴 ଆସୁଛି ବଡ଼ ବାତ୍ୟା! ୨୭ କିମ୍ବା ୨୮ରେ ଆନ୍ଧ୍ର-ଓଡ଼ିଶା ଉପକୂଳରେ ହୋଇପାରେ ମାଡି 🔴 ଲୋକସେବା ଭବନରେ CMଙ୍କ ବଡ଼ ବୈଠକ