Masthead

ଜମୁଛି ପାଟଣ ମଙ୍ଗଳା ଯାତ୍ରା, ମେଳାରେ ଅସମ୍ବାଳ ଭିଡ଼

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଜମୁଛି ପାଟଣ ମଙ୍ଗଳା ଯାତ୍ରା । ମେଳାରେ ଅସମ୍ବାଳ ଭିଡ଼ ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲାର ଘଣ୍ଟେଶ୍ୱର ଅଞ୍ଚଳରେ ପ୍ରସିଦ୍ଧ ମା’ ପାଟଣ ମଙ୍ଗଳା ଯାତ୍ରା ଜମୁଛି। ଏହି ମେଳା ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଥିବା ବେଳେ ୭ ଦିନ ପର୍ଯ୍ୟନ୍ତ ଚାଲିବ । ମେଳାରେ ମିନା ବଜାର ଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ, ଦୋଳି ଅନେକ ଦୋକାନ ମାନ ପଡିଛି । ପ୍ରଚଣ୍ଡ ଖରା ପାଇଁ ଦିନରେ ଲୋକଙ୍କ ଭିଡ କମ ରହୁଥିବା ଵେଳେ ରାତିରେ ଭିଡ ଅଧିକ ରହୁଥିବା ଦେଖିବାକୁ ମିଳୁଛି। ଅଧିକ ଖରା ସାଙ୍ଗକୁ ଗୁଳୁଗୁଳି ଯାତ୍ରୀ ମାନଙ୍କୁ ହନ୍ତସନ୍ତ କରୁଛି ।

ଜାଗା ଜାଗାରେ ଧଣ୍ଡାଯାତ୍ରୀମାନଙ୍କ ପାଇଁ ପାନୀୟ ବ୍ୟବସ୍ଥା ମଧ୍ୟ କରାଯାଇଛି । ଗରମ ଗୁଳୁଗୁଳି ପାଇଁ ଯାତ୍ରୀ ମାନଙ୍କ ସୁରକ୍ଷା କବଚ ସାଜିଛି ହାତ ତିଆରି ବିଚଣା।ସମସ୍ତ ଲୁହା ସାମଗ୍ରୀ ସାଙ୍ଗକୁ ପଥରରେ ତିଆରି ମୂର୍ତ୍ତି ମେଳାକୁ ଛୀବନ୍ତ କରିଛି। ବିଭିନ୍ନ ଦୋଳିର ମଜା ନେଉଛନ୍ତି ଛୋଟ ପିଲା । ମେଳାର ମୁଖ୍ୟ ଆକର୍ଷଣ ହେଉଛି ଚଣା ଉଖୁଡା । କମିଟି ତରଫରୁ ମେଳାରେ ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି । ନୂତନ କରି ତିଆରି ହୋଇଥିବା ସେଲ୍ଫି ପଏଣ୍ଟ ଯୁବପିଢ଼ି ମାନଙ୍କୁ ଆକୃଷ୍ଟ କରୁଛି । ପିରାହାଟ ଏବଂ ଘଣ୍ଟେଶ୍ୱର ପୋଲିସ ସୁରକ୍ଷା କଡ଼ାକଡ଼ି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା 🔴 ‘ତଥାପି’ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା 🔴 ‘ତଥାପି’ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ