Masthead

୧୦ହଜାର କଏନ ଜମା କରି ନାମାଙ୍କନ ଭରିଲେ ସ୍ୱାଧୀନ ପ୍ରାର୍ଥୀ

କର୍ଣ୍ଣାଟକ  (ବଡ଼ ଖବର ବ୍ୟୁରୋ): ମେ ୧୦ରେ ହେବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ନିର୍ବାଚନ ପାଇଁ ଚାଲିଛି ନାମାଙ୍କନ ଦାଖଲ ପ୍ରକ୍ରିୟା । କିନ୍ତୁ ଏହାରି ଭିତରେ ଆସିଛି ଏକ ଖବର । ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ଚର୍ଚ୍ଚାର ବିଷୟ ପାଲଟିଛି। କର୍ଣ୍ଣାଟକର ୟାଦଗିର ନିର୍ବାଚନମଣ୍ଡଳୀରୁ ନାମାଙ୍କନପତ୍ର ଦାଖଲ କରୁଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ୟାଙ୍କପ୍ପା ୧୦ହଜାର ଟଙ୍କିକିଆ କଏନ ଜମା କରି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ୟାଙ୍କପ୍ପା କହିଛନ୍ତି, ମୁଁ ମୋ ଜୀବନ ମୋର ସମ୍ପ୍ରଦାୟର ଲୋକଙ୍କୁ ଏବଂ ଗ୍ରାମବାସୀଙ୍କୁ ଉତ୍ସର୍ଗ କରିବି।

ସେପଟେ ୟଙ୍କପ୍ପା ଗାଁ ଗାଁ ବୁଲି ମତଦାତାଙ୍କଠାରୁ ଟଙ୍କାଏ ଟଙ୍କାଏ ଆଦାୟ କରିଥିଲେ । ଥଳିରେ ୧୦ହଜାର ଟଙ୍କାର କଏନ ନେଇ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଟଙ୍କା ଗଣିବାକୁ ଅଧିକାରୀଙ୍କୁ ୨ଘଣ୍ଟା ସମୟ ଲାଗିଥିଲା । ଚଳିତବର୍ଷ ନିର୍ବାଚନରେ ଅମାନତ ରାଶି ପାଇଁ ୧୦ହଜାର ଟଙ୍କା ସ୍ଥିର କରାଯାଇଛି । ବେକରେ ବ୍ୟାନର ଟାଙ୍ଗି ୟଙ୍କପ୍ପା ତହସିଲ ଅଫିସରେ ନାମାଙ୍କନ ଭରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ