Masthead

କୁଏତ-ଭାରତ ସମ୍ପର୍କ ଐତିହାସିକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କୁଏତ ରାଜା ଶେଖ ନୱାଫ ଅଲ-ଅହମ୍ମଦ ଅଲ-ଜାବର ଅଲ-ସବାଙ୍କ ମୃତ୍ୟୁରେ ଭାରତ ସରକାର ଗଭୀର ଶୋକ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୋକବାର୍ତ୍ତା ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୧୧ ତାରିଖରୁ ଦୁଇଦିନିଆ କୁଏତ ଗସ୍ତରେ ଯାଇଥିଲେ । ସେ କୁଏତର ପୂର୍ବତନ ଅମିରଙ୍କୁ ଭାରତ ସରକାରଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ସୋମବାର ଅଲ-ସାବ ପରିବାର, କୁଏତ ସରକାର ଏବଂ ଦେଶବାସୀ ପ୍ରତି ସମବେଦନା ଜ୍ଞାପନ କରିଥିଲେ । ପରେ ସେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଚିଠିକୁ କୁଏତ ସରକାରଙ୍କୁ ପ୍ରଦାନ କରିଛନ୍ତି । ର ନେତୃତ୍ୱଙ୍କୁ ଏହି ଚିଠି ଦିଆଯିବ। ଶେଖ ନୱାଫ ଅଲ-ଅହମ୍ମଦ ଅଲ-ଜାବର ଅଲ-ସବା ଆମେରିକାର ଏକ ଡାକ୍ତରଖାନାରେ ୨୯ ସେପ୍ଟେମ୍ବରରେ ମୃତ୍ୟୁବରଣ କରିଥିଲେ। ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା ।

ଭାରତ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ କୁଏତର ନୂତନ ଏମିର ଶେଖ ନୱାଫ ଅଲ-ଅହମ୍ମଦ ଅଲ-ଜାବର ଅଲ-ସାବ ଏବଂ କ୍ରାଉନ ପ୍ରିନ୍ସ ଶେଖ ମିଶାଲ ଅଲ-ଅହମ୍ମଦ ଅଲ-ଜବର ଅଲ-ସବାଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତର ଶକ୍ତି ଉତ୍ସ ତାଲିକାରେ କୁଏତ ଷଷ୍ଠ ସ୍ଥାନରେ ରହିଛି। ୨୦୧୫-୧୬ରେ ଦୁଇଦେଶ ମଧ୍ୟରେ ୬୨ ମିଲିୟନ ଡଲାରର ଦ୍ୱିପାକ୍ଷିକ ବାଣିଜ୍ୟ ହୋଇଥିଲା। ଏଥିସହ କୁଏତ ୨୦୧୭ଠାରୁ ଭାରତରେ ୨୦୦ ମିଲିୟନ ଡଲାର ବିନିଯୋଗ କରିଛି। କୁଏତର ପୂର୍ବତନ ଅମିରଙ୍କ ଦେହାନ୍ତରେ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଗତ ୧ ତାରିଖରେ ଭାରତର ବୈ ଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ନୂଆଦିଲ୍ଲୀରେ ଥିବା କୁଏତ ଦୂତାବାସରେ ପହଞ୍ଚିଥିଲେ। ଏଥି ସହିତ ଅକ୍ଟୋବର ୪ ରେ ଭାରତ ମଧ୍ୟ ଜାତୀୟ ଶୋକ ଘୋଷଣା କରିଥିଲା।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା