Masthead

ପୁଟିନଙ୍କୁ ହତ୍ୟା ଉଦ୍ୟମ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ। ପୁଟିନଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ୟୁକ୍ରେନ ଏହି ଡ୍ରୋନ ଆକ୍ରମଣ କରାଇଥିବା ଋଷର ଅଭିଯୋଗ । ଋଷ ପକ୍ଷରୁ ଜାରି କରାଯାଇଥିବା ବୟାନରେ ଅଭିଯୋଗ ହୋଇଛି ଯେ, ରାଷ୍ଟ୍ରପତି ପୁଟିନଙ୍କୁ ହତ୍ୟା କରିବା ଲାଗି ତାଙ୍କ ବାସଭବନ କ୍ରେମଲିନ ଉପରେ ଡ୍ରୋନ ଆକ୍ରମଣ କରିଛି ୟୁକ୍ରେନ। ପ୍ରତିଆକ୍ରମଣ କରି ସେଥିରୁ ୨ଟି ଡ୍ରୋନକୁ ନଷ୍ଟ କରାଯାଇଛି ବୋଲି ଋଷ ସେନା ପକ୍ଷରୁ କୁହାଯାଇଛି । ହେଲେ ଆକ୍ରମଣ ପରେ ବି ପୁଟିନ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ।

ଆକ୍ରମଣ ପରେ ପୁଟିନ ନିଜ ଆବାସରେ ଥିବା ବଙ୍କର ଭିତରେ ରହି କାମ କରିବେ ବୋଲି କୁହାଯାଇଛି । ଅନ୍ୟପଟେ ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ କରିଥିବା ଅସ୍ଵୀକାର କରିଛି ୟୁକ୍ରେନ। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି କ୍ରେମଲିନ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ଜେଲେନସ୍କି କହିଛନ୍ତି ଅନ୍ୟ ଉପରେ ଆକ୍ରମଣ କରିବା ଅପେକ୍ଷା ନିଜ ଦେଶର ସୁରକ୍ଷା ଉପରେ ଅଧିକ ଧ୍ୟାନ ଦେବା ଉଚିତ ଭାବୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି