Masthead

ବିଜେପି ଡାକରାରେ କୃଷକ ସମାବେଶ

ନୀଳଗିରି, (ବଡ଼ ଖବର ବ୍ୟୁରୋ) : ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧୀନ ମଛୁଆ ପଞ୍ଚାୟତର ସିଙ୍ଗିରି ଗ୍ରାମରେ ଆଜି ବିଜେପି ପକ୍ଷରୁ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ନୀଳଗିରି ବିଧାୟକ ଶ୍ରୀଯୁକ୍ତ ସୁକାନ୍ତ କୁମାର ନାୟକ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଷଡଙ୍ଗୀତାଙ୍କ ବକ୍ତବ୍ୟରେ କହିଥିଲେ ଯେ, କୃଷକ ହେଉଛନ୍ତି ରାଷ୍ଟ୍ରର ପ୍ରାଣଦାତା । କୃଷକ ମାନଙ୍କର ସ୍ୱାର୍ଥକୁ ଲକ୍ଷ୍ୟ କରି ତାଙ୍କର ହିତସାଧନ, କୃଷକଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏହି କୃଷିନୀତି ଆଗତ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ପୂର୍ବପରି ମଣ୍ଡିର ବ୍ୟବସ୍ଥା ମଧ୍ୟ ରହିବ । ଚାଷୀ ନିଜର ଉତ୍ପାଦିତ ଦ୍ରବ୍ୟ ମଣ୍ଡି ବାହାରେ ଦେଶର କୌଣସି ଜାଗାରେ ବିକ୍ରି କରିପାରିବ । ପୂର୍ବପରି MSP ଲାଗୁ ରହିବ । କୃଷକ ମାନେ ସମବାୟ ସମିତି ଗଠନ କରି ନିଜ ଉତ୍ପାଦ ଦ୍ରବ୍ୟକୁ ଆନ୍ତର୍ଜାତିକ ବଜାରରେ ବିକ୍ରି କରିପାରିବେ । କୃଷିଜାତ ଦ୍ରବ୍ୟର ପ୍ରାପ୍ୟ ୩ ଦିନ ମଧ୍ୟରେ କୃଷକମାନଙ୍କୁ ଦିଆଯିବ । ନୀଳଗିରି ବିଧାୟକ କହିଥିଲେ ଯେ, ଏହି କୃଷି ବିଲ ନିଶ୍ଚିତ ଭାବେ କୃଷକମାନଙ୍କର ମଙ୍ଗଳ ଓ ଲାଭବାନ ହେବା ପାଇଁ ପାରିତ ହୋଇଛି । ଏହାଦ୍ୱାରା ଉତ୍ପାଦକ ଓ ଖାଉଟି ମାନଙ୍କ ମଧ୍ୟରେ ମଧ୍ୟସ୍ଥି କେହି ରହିବେନି ଏବଂ କୃଷକ ଭାଇ ମାନେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସହାୟକ ରାଶି ମଧ୍ୟ ପାଇପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି