Masthead

ଜାତିସଂଘ ପ୍ରସ୍ତାବ ଅନୁଯାୟୀ କାଶ୍ମୀର ବିବାଦର ସମାଧାନ ଦାବି କଲେ ଦୁଇ ପଡ଼ୋଶୀ ରାଷ୍ଟ୍ର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜୟଶଙ୍କରଙ୍କ ‘ପିଓକେ ଛାଡ଼’ ବୟାନ ପରେ ବିଗିଡ଼ିଲେ ଦୁଇ ପଡ଼ୋଶୀ ରାଷ୍ଟ୍ର । ବିଷ ଉଗାରିଲେ ଚୀନ, ପାକିସ୍ତାନ । ଭାରତ ଏକତରଫା କାର୍ଯ୍ୟାନୁଷ୍ଠାନ ବନ୍ଦ କରୁ ବୋଲି ଦାବି କରିଛନ୍ତି ଦୁଇ ରାଷ୍ଟ୍ର । ଜାତିସଂଘ ପ୍ରସ୍ତାବ ଅନୁଯାୟୀ କାଶ୍ମୀର ବିବାଦର ସାମାଧାନ ହେଉ ବୋଲି ବାଦି କରିଛନ୍ତି ପଡ଼ୋଶୀ ରାଷ୍ଟ୍ର । ପାକିସ୍ତାନ ତୁରନ୍ତ ଅଧିକୃତ ଜାମ୍ମୁ-କାଶ୍ମୀରରୁ ହଟିଯାଉ ବୋଲି ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ଆହ୍ୱାନ ପରେ ଏବେ ଦୁଇ ପଡ଼ୋଶୀ ଦେଶ ଚୀନ ଓ ପାକିସ୍ତାନ ଭାରତ ବିରୋଦରେ ବିଷ ଉଗାରିଛନ୍ତି । ଗୋଆରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ ବୈଠକରେ ଏଭଳି ଅଶାନ୍ତ ବାତାବରଣ ସୃଷ୍ଟି କରିଛି ଚୀନ ଓ ପାକିସ୍ତାନ ।

ଗତକାଲି ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଥିଲେ ଯେ ପାକିସ୍ତାନ ଜାମ୍ମୁ-କାଶ୍ମୀର ଯେଉଁ ଅଞ୍ଚକୁ ଦଖଲ କରିଛି ସେଠାରୁ ଜୁରନ୍ତ ହଟିଯାଉ । ଭାରତ ସବୁବେଳେ ଏହାର ସ୍ଥିତି ସ୍ପଷ୍ଟ କରିଆସିଛି ଯେ ଆତଙ୍କବାଦ ଓ କଥାବାର୍ତ୍ତା ଦୁଇଟା ଏକସଙ୍ଗେ ଚାଲିପାରିବ ନାହିଁ। ସମ୍ମିଳନୀରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ କଶ୍ମୀର ପ୍ରସଙ୍ଗ ଉଠାଇବାିରୁ ତାର ଜବାବ ଦେବାକୁ ଯାଇ ଜୟଶଙ୍କର କହିଥିଲେ ଯେ ଆତଙ୍କାବଦୀଙ୍କୁ ଉତ୍ସାହିତ କରୁଥିବା ରାଷ୍ଟ୍ର ଏବଂ ଆତଙ୍କବାଦ ଦ୍ୱାରା କ୍ଷତିଗ୍ରସ୍ତ ରାଷ୍ଟ୍ର ଏକାଠି ବସିପାରିବେ ନାହିଁ। ସେପଟେ ଚୀନର ବୈଦେଶିକ ମନ୍ତ୍ରୀ ଭାରତରେ କୌଣସି ପ୍ରତିକ୍ରିୟା ଦେଇନଥିଲେ ମଧ୍ୟ ଇସଲାମବାଦରେ ପାକିସ୍ତାନ ସହ ସ୍ୱର ମିଳାଇଛନ୍ତି । ଚୀନ୍ କହିଛି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ କଶ୍ମୀର ବିବାଦ ହେଉଛି ଐତିହାସିକ ଏବଂ କୌଣସି ପ୍ରକାର ଏକପାଖିଆ କାର୍ଯ୍ୟାନୁଷ୍ଠାନ ବଦଳରେ ଜାତିସଂଘ ନିଷ୍ପତ୍ତି ଆଧାରରେ ଏହାର ସମାଧାନ ହେବା ଉଚିତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼