Masthead

ମା’ ପାଟଖଣ୍ଡଙ୍କ ଐତିହାସିକ ଠାକୁରାଣୀ ଯାତ୍ରା

ବାଲିଗୁଡ଼ା (ବଡ଼ ଖବର ବ୍ୟୁରୋ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ପାଟ୍ଟଖଣ୍ଡାଙ୍କ ଚାଲିଛି ଐତିହାସିକ ଠାକୁରାଣୀ ଯାତ୍ରା । ଦୁର୍ଗାପୂଜା ସମିତି ଆନୁକୁଲ୍ୟରେ ଏହି ଯାତ୍ରା ଆୟୋଜିତ ହୋଇଥିବାବେଳେ ଅଞ୍ଚଳବାସୀ ମଧ୍ୟ ଉତ୍ସାହିତ । କମିଟି ସଭାପତି ଲୋକନାଥ ପାଢ଼ୀ, ସମ୍ପାଦକ ଭଗବତୀ ପ୍ରସାଦ ସାବତ ଏବଂ କମିଟିର ସମସ୍ତ ସଦସ୍ୟ ମା’ଙ୍କ ଯାତ୍ରା ସୁରୁଖୁରୁରେ ସମାପନ କରିବା ସହ ଅଞ୍ଚଳବାସୀଙ୍କ ମନୋରଞ୍ଜନ ପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି ବୋଲି କହିଛନ୍ତି ପୂଜା କମିଟି ସଭାପତି ଲୋକନାଥ ପାଢୀ ।ବାଲିଗୁଡ଼ା ସହରର ପୂର୍ତ୍ତବିଭାଗ କାର୍ଯ୍ୟାଳୟ ନିକଟରେ ବିରାଜମାନ ମା’ବରାଳୀଦେବୀଙ୍କ ମନ୍ଦିର ନିକଟରେ ମା’ଙ୍କ ଅସ୍ଥାୟୀ ମଣ୍ଡପ ନିର୍ମାଣ କରାଯାଇଛି ।

ମା’ପାଟ୍ଟଖଣ୍ଡାଙ୍କ ସମେତ ପାର୍ଶ୍ଵ ଦେବୀ ମା’ବରାଳୀ ଦେବୀ, ମା’ମହାମାୟୀ, ମା’ଡେଙ୍ଗିଶିଳି, ମା’ଦୁର୍ଗାଙ୍କ ସମେତ ମା’କାଳୀ ମଧ୍ୟ ପୂଜା ପାଉଛନ୍ତି ଅସ୍ଥାୟୀ ମଣ୍ଡପରେ ବିରାଜମାନ । ପ୍ରତିଦିନ ମା’ଙ୍କ ଅସ୍ଥାୟୀ ପୀଠରେ ଶତାଧିକ ଭକ୍ତଙ୍କ ସମାଗମ ହେଉଥିବା ବେଳେ ସନ୍ଧ୍ୟାରେ ବିଭିନ୍ନ ସାହିକୁ ମା’ଙ୍କୁ ପାଛୋଟି ନେବାକୁ ସାହି ବାସିନ୍ଦାଙ୍କ ଅସ୍ଥାୟୀ ମଣ୍ଡପରେ ଭିଡ଼ ଜମୁଛି। ଭଳିକି ଭଳି ପଟୁଆର କରି ସାହି ବାସିନ୍ଦା ମା’ଙ୍କୁ ନିଜ ସାହିକୁ ପାଛୋଟି ନେବାକୁ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି । ସେହିପରି ଭକ୍ତଙ୍କ ମନୋରଞ୍ଜନ ଉଦ୍ଦେଶ୍ୟରେ ଯାତ୍ରା କମିଟି ପକ୍ଷରୁ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୂର ମଜ୍ଜା ନେବାପାଇଁ ଅଞ୍ଚଳବାସୀ ମଧ୍ୟ ବେସ୍ ତତ୍ପର । ଗତ ଏପ୍ରିଲ୍ ୨୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି