Masthead

ଶିକାରୀ ଗୁଳିରେ ବନକର୍ମଚାରୀ ମୃତ

ବାରିପଦା (ବଡ଼ ଖବର ବ୍ୟୁରୋ):  ବନ ବିଭାଗ ଅଵହେଳା ପାଇଁ ଶିକାରୀ ହାତରେ ଜୀବନ ହାରିଲେ ବନ କର୍ମଚାରୀ। ଶିମିଳିପାଳ ରେ ଚାଲିଛି ଅବାଧ ପଶୁ ଶିକାର ।ଆଉ ଏହାକୁ ରୋକି ପାରୁନି ବନ ବିଭାଗ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡର ବାଙ୍ଗରିପୋଷି ରେଞ୍ଜ ଚାକିଡି ବିଟ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା।ମୃତ ଫରେଷ୍ଟ ଗାର୍ଡ ହେଲେ ବିମଲ କୁମାର ଜେନା।

କିଛି ଦିନ ହେଲା ଶିମିଳିପାଳ ଅଭୟାରଣ୍ୟରେ ବନକର୍ମଚାରୀ ଘନ ଘନ ପାଟ୍ରୋଲିଂ ଯୋଗୁଁ ଅସୁବିଧାରେ ପଡିଥିଲେ ଶିକାରୀ । ଅଭୟାରଣ୍ୟରେ ଅବାଧ ଶିକାର କରିପାରୁନଥିବାରୁ ରାଗରେ ଶିକାରିମାନେ ଗୁଳି କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହାଛଡା ବିଭିନ୍ନ ସମୟରେ ବନବିଭାଗ ପକ୍ଷରୁ ଧରପଗଡ କରାଯାଇ ଶିକାରୀଙ୍କୁ ଗିରଫ କରାଯାଉଛି । ତେଣୁ ଉଦ୍ଦେଶ୍ୟମୂଳକ ଭାବେ ଫରେଷ୍ଟ ଗାର୍ଡଙ୍କୁ ଗୁଳି କରି ହତ୍ୟା କରିଥିବା ଚର୍ଚ୍ଚା ହେଉଛି । ଖବର ପାଇ ପୋଲିସ ଏବଂ ବନ ବିଭାଗ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ