Masthead

ଝିଅ ବୁଝିଲାନି ମା’ର ଦୁଃଖ

ଛତ୍ରପୁର, (ବଡ଼ ଖବର ବ୍ୟୁରୋ): ସମ୍ପର୍କ ଦେଖିଲାନି ଝିଅ । ସମ୍ପତ୍ତି ଲାଗି ଜନ୍ମକଲା ମା’କୁ ଦେଉଥିଲା ଅକଥନୀୟ ନିର୍ଯାତନା । ଗଞ୍ଜାମ ଜିଲ୍ଲା ରମ୍ଭା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ୭୮ ବର୍ଷୀୟା ବୃଦ୍ଧା ବୈଦେହୀ ବେହେରାଙ୍କ ଝିଅ ବୈଜୟନ୍ତୀ ଜାଲି ନିର୍ଯାତନା ଦେଉଛନ୍ତି ତାଙ୍କୁ । ପୈତୃକ ସମ୍ପତ୍ତିକୁ ନିଜ ନାଁରେ କରାଇବା ଲାଗି ମା’ଙ୍କୁ କହିଥିଲେ । ତେବେ ବୈଦେହୀ ରାଜି ନ ହେବାରୁ ବୃଦ୍ଧା ମା’ଙ୍କୁ ଦେଉଥିଲେ ଅକଥନୀୟ ନିର୍ଯାତନା ।

୨୦୧୫ରେ ବୈଦେହୀଙ୍କ ସ୍ୱାମୀ ଉଦୟନାଥଙ୍କ ମୃତ୍ୟୁ ହୋଇଥିଲା । ଶୁଦ୍ଧିକ୍ରିୟା ସରିବା ପରେ ପୁଅ ହରିହର କର୍ମସ୍ଥଳ କୋଲକାତା ଯିବାକୁ ସ୍ଥିର କରିଥିଲେ । ମା’ଙ୍କ ସେବା କରିବା ଲାଗି ଉଭଣୀ ବୈଜୟନ୍ତୀ ଓ ଭଣଜାଙ୍କୁ ଘରେ ଛାଡ଼ି ଯାଇଥିଲେ । ହରିହରଙ୍କ ଅନୁପସ୍ଥିତିରେ ଘର ଜମିକୁ ନିଜ ନାଁରେ କରିବା ଲାଗି ଚକ୍ରାନ୍ତ କରିଥିଲେ ବୈଜୟନ୍ତୀ । ବୈଦେହୀ ରାଜି ନ ହେବାରୁ ତାଙ୍କୁ ବୈଜୟନ୍ତୀ ଓ ତାଙ୍କ ପୁଅ ନିର୍ଯାତନା ଦେବା ସହ ଖାଇବାକୁ ଦେଉ ନ ଥିଲେ । ହରିହରଙ୍କ ସହ ଯୋଗାଯୋଗ ହୋଇପାରି ନ ଥିବାରୁ ବୈଦେହୀଙ୍କ ଦୁଃଖ ବିଷୟରେ ସେ ଜାଣି ପାରି ନ ଥିଲେ ।

ଗତ ମାସରେ ଗାଁକୁ ଆସିବା ପରେ ସବୁ କଥା ଜାଣିଥିଲେ ହରିହର । ମା’ଙ୍କ ପରାମର୍ଶ କ୍ରମେ ଭିଟାମାଟିରେ ଏକ ବୃଦ୍ଧାଶ୍ରମ ଖୋଲିବା ଲାଗି ହରିହର ମନସ୍ଥ କରିଥିଲେ । ଏହାକୁ ବିରୋଧ କରିଥିଲେ ବୈଜୟନ୍ତୀ । ଭାଇ ଓ ଭାଉଜଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକତରଫା ଭାବେ ବୈଜୟନ୍ତୀଙ୍କ ଅଭିଯୋଗକ୍ରମେ ତାଙ୍କୁ ଦୀର୍ଘଦିନ ଅଟକ ରଖିଥିଲା । ନିଜ ଜୀବନ ପ୍ରତି ବିପଦ ଥିବା ଅନୁଭବ କରି ଶେଷରେ ଗଞ୍ଜାମ ଏସପି ବ୍ରିଜେଶ ରାୟଙ୍କୁ ଗୁହାରି କରିଛନ୍ତି ବୈଦେହୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ