Masthead

ଆବାସ ଯୋଜନା ପାଲଟିଛି ସାତ ସପନ, ଭଙ୍ଗା ଦଦରା ଘରେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଭଙ୍ଗା ଦଦରା ଘରେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ । ଆବାସ ଯୋଜନା ପାଲଟିଛି ସାତ ସପନ। ରାଜ୍ୟ ଏବଂ କେନ୍ଦ୍ର ସରକାର ଗରିବ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବା ନେଇ ପ୍ରତିଶ୍ରୁତି ଦେଇଥିବା ବେଳେ ଏଥିରୁ  ବାଦ ପଡୁଛନ୍ତି ଯୋଗ୍ୟ ହିତାଧିକାରୀ। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଜରାପୁର ପଞ୍ଚାୟତ ବଜରାପୁର ଗାଁରେ । ଜେମାମଣୀ ପାଗଳ ଓ ତାଙ୍କ ସ୍ୱାମୀ ବୈକୁଣ୍ଠ ପାଗଳ । ଏବେବି ଭଙ୍ଗା ଦଦରା ଘରେ ଦିନରେ ଖରା ଏବଂ ରାତିରେ ତାରା ଆଲୁଅରେ ବିତୁଛି ଜୀବନ ।

ଓଳିଏ ଖାଇଲେ ଓଳିଏ ଉପବାସ । ବିଶାକ୍ତ ଜୀବଜନ୍ତୁଙ୍କ ଭୟରେ ଗୋଟିଏ ଖଟରେ ମୁଣ୍ଡଗୋଞି ବିତୁଛି ଜୀବନ। ସରକାରୀ ସୁବିଧା କହିଲେ କେବଳ ୫କେଜି ଚାଉଳ ଏବଂ ୫୦୦ଟଙ୍କା ଭତ୍ତାରେ ସିମିତ । ଆଖିର ଲୁହକୁ ଓଠରେ ପିଇ ଭାଗ୍ୟକୁ ଆଦରି ଦିନ କାଟୁଛନ୍ତି ଏହି ବୃଦ୍ଧ ଦମ୍ପତି । ଦୁଇଟି ପୁଅ ଥିଲେ ମଧ୍ୟ ଗୋଟିଏ ପୁଅ ଆଜକୁ ୨୨ବର୍ଷ ହେବ କୁଆଡେ ଚାଲି ଯାଇଛି । ସାନପୁଅ ଏକ ବେସରକାରୀ କମ୍ପାନୀରେ ବାହାର ରାଜ୍ୟରେ ପରିବାର ସହିତ ଦାଦନ ଭାବେ କାର୍ଯ୍ୟ କରୁଛି । ଏଭଳି ଅବସ୍ଥାରେ ରାଜ୍ୟ ସରକାର ଏହି ବୃଦ୍ଧ ଦମ୍ପତିଙ୍କ ପାଇଁ ନିଦା ଵିଷ୍ଣୁ ସାଜିଥିବା ଦେଖିବାକୁ ମିଳିଛି।

ଥିଲା ବାଲାକୁ ଘର ହେଲେ ଏହି ବୃଦ୍ଧ ଦମ୍ପତିକୁ ରାଜ୍ୟ ସରକାର ପର କରି ଦେଇଥିବା ଦେଖିବାକୁ ମିଳିଛି। ଏବିଷୟରେ ବୃଦ୍ଧ ଦମ୍ପତି ବିଡ଼ିଓ ପାଖରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ଅଭିଯୋଗ ଥିଲେ ମଧ୍ୟ କେହି ଏମାନଙ୍କ ଗୁହାରି ଶୁଣିବାକୁ ନାରାଜ। ଜେମାମଣୀ ଜଣେ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ବ୍ଲକ ପ୍ରଶାସନ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ହାତ ଉପରକୁ ଟେକି ଦେଇଛନ୍ତି। ତେବେ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ବୃଦ୍ଧ ଦମ୍ପତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ