ବିଳମ୍ବରେ ଆସିବ ମୌସୁମୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆଇଏମଡି ପକ୍ଷରୁ ଗତ ମାସରେ ପୂର୍ବାନୁମାନ କରାଯାଇଥିଲା । ରବିବାର ଆଇ ଏମଡି କହିଛି ମୌସୁମୀ ଆସିବାରେ ଆହୁରୀ ୩/୪ ଦିନ ବିଳମ୍ବ ହେବ । ଆଇଏମଡି ଜାରି କରିଥିବା ଏକ ବିବୃତିରେ କୁହାଯାଇଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଲାକ୍ଷାଦ୍ୱୀପ ତଥା ଭାରତୀୟ ସମୁଦ୍ର ସୀମାକୁ ପ୍ରବେଶ କରିସାରିଛି । ଦକ୍ଷିଣ ଆରବ ସାଗର ଉପରେ ପଛୁଆ ପବନ ବଢିବା ଯୋଗୁଁ ପରିସ୍ଥିତି ଅନୁକୂଳ ରହିଛି । ଆସନ୍ତା ୩/୪ ଦିନ ଭିତରେ କେରଳରେ ମୌସୁମୀ ବର୍ଷା ଆରମ୍ଭ ହୋଇପାରେ ।

ମୌସୁମୀ ଗତିପଥ ଉପରେ ନିରନ୍ତର ଦୃଷ୍ଟି ରଖାଯାଇଛି । ଆଜି ଏ ବିଷୟରେ ଅଧିକ ସୂଚନା ଆସିବ । ସାଧାରଣତଃ ମୌସୁମୀ ଜୁନ ୧ରେ ପ୍ରବେଶ କରିଥାଏ । ଏ ବର୍ଷ ବିଳମ୍ବ ହେଲେ ମଧ୍ୟ ଆଜି କେରଳରେ ପ୍ରବଳ ବର୍ଷା ହେବ ବୋଲି ଆଇଏମଡି କହିଛି । ରବିବାର ଆଇଏମଡି ଜାରି କରିଥିବା ଆଲର୍ଟରେ କୁହାଯାଇଛି ରାଜସ୍ଥାନ, ଛତିଶଗଡ, ଓଡ଼ିଶା, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, କେରଳ, ଗୋଆ, ମଧ୍ୟମହାରାଷ୍ଟ୍ର, ଆନ୍ଦ୍ରପ୍ରଦେଶ , ତେଲେଙ୍ଗାନା ଓ କର୍ଣ୍ଣାଟକର କିଛି ସ୍ଥାନରେ ବିଜୁଳି ଓ ଘଡଘଡି ସହ ବର୍ଷା ହୋଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’