ଭାଇକୁ ଖୋଜୁଛି ଭାଇ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଦିନେ କାମକୁ ନଗଲେ ପରଦିନ ଚୁଲି ଜଳିବନି । ପରିବାର ମୁହଁରେ ହସ ଫୁଟାଇବା ପାଇଁ ଘରୁ ଗୋଡ କାଢିଥିଲେ ଦୁଇ ରୋଜଗାରିଆ ପୁଅ । ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ବଞ୍ଚିଯାଇଛନ୍ତି । ଭାଇ ଖୋଜୁଛି ଭାଇର ମୃତଦେହ । ଶବ ଖୋଜି ପାଉନାହାନ୍ତି ପରିବାର ଲୋକେ ।ଭାଇ, କେତେ ଦିନ ଆଉ ଭୋକ ଓପବାସରେ ରହିବା? ଚାଲ, ଚେନ୍ନାଇ ଯିବା । କାମ କରି ନିଜେ ଦୁଇମୁଠା ଖାଇବା । ଟଙ୍କା ପଠେଇଲେ ବାପା, ମାଆ ଚଳିବେ । ଘର କରିବା । ଏଥିଲା ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଞ୍ଚଳର ଦୁଇ ଭାଇଙ୍କ କଥା । ଧାରକରଜ କରି ଦୁଇଭାଇ ବାହାରିଥିଲେ ଚେନ୍ନାଇ । କରମଣ୍ଡଳର ଜେନେରାଲ ଗବିରେ ଚଢିଥିଲେ । ଟଙ୍କା ରୋଜଗାର କରିବେ ।

ବାପା-ମଆଙ୍କ ମୁହଁରେ ଖସ ଫୁଟାଇବେ । ସେଇ ଚିନ୍ତାରେ ବୁଡିଯାଇଥିଲେ ଦୁଇଭାଇ । କେତେବେଳେ ଟ୍ରେନ୍ ବାଲେଶ୍ୱର ଷ୍ଟେସନ ଅତିକ୍ରମ କଲାଣି ସେମାନେ ଜାଣି ନଥିଲେ । ହଠାତ୍ ପ୍ରଚଣ୍ଡ ଶବ୍ଦରେ ସେମାନଙ୍କ ସ୍ୱପ୍ନ ଭାଙ୍ଗିଗଲା । ପରିବାର ଲୋକେ ଜାଣିଲେ, ଦୁଇପୁଅ ଯାଇଥିବା ଟ୍ରେନ୍ ଦୁର୍ଘଟଣା ହୋଇଛି । ଶହ ଶହ ଲୋକ ମରିଛନ୍ତି । ଆଶା ଓ ବିଶ୍ୱାସର ସହ ଛୁଟିଆସିଥିଲେ ବାହାନଗା ।ବାପା, ଭାଇ ଖୋଜୁଛନ୍ତି ଶବ । ବାହାନଗା, ସୋର, ଭଦ୍ରକ, ବାଲେଶ୍ୱର, କଟକ, ଭୁବନେଶ୍ୱର ବୁଲିଗଲେଣି । କେଉଁଠି ହେଲେ ମୃତଦେହ ପାଉ ନାହାନ୍ତି । ଫଟୋ ଧରି ବୁଲୁଛନ୍ତି । ବହୁ ଲୋକଙ୍କୁ ପଚାରୁଛନ୍ତି । ମାତ୍ର କାହାରି ପାଖରେ ଉତ୍ତର ନାହିଁ ।କରମଣ୍ଡଳ ଦୁର୍ଘଟଣା ଧୀରେ ଧୀରେ ଇତିହାସ ହୋଇଯିବ । ବଦଳିଯିବ ଦୁର୍ଘଟଣାସ୍ଥଳର ଚିତ୍ର । ବଦଳିବ ସରକାର । କିନ୍ତୁ ଯେଉଁମାନେ ସବୁଦିନ ପାଇଁ ସଂସାର ଛାଡି ଚାଲିଗଲେ, ସେମାନଙ୍କ ଆତ୍ମୀୟଙ୍କ ଆଖିରୁ ଝରୁଥିବା ଲୁହ ପୋଛିବ କିଏ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’