Masthead

ପୁଅକୁ ମା’ କୋଳକୁ ଫେରାଇଦେଲା ହେଲ୍ପଲାଇନ ନମ୍ବର

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ନେପାଳର ରାମାନନ୍ଦ ପାଶ୍ୱାନ । ବୟସ ମାତ୍ର ୧୫ । ଚେନ୍ନାଇରେ ରହୁଥିବା ବଡ଼ ଭାଇଙ୍କ ପାଖକୁ ବାହାରିଥିଲେ । ଶୁକ୍ରବାର ହାୱାଡାରେ ଧରିଥିଲେ କରମଣ୍ଡଳ । ବାହାନଗାରେ ହୋଇଥିବା ଦୁର୍ଘଟଣାରେ ଆହତ ହୋଇଥିଲେ ରାମାନନ୍ଦ । ପ୍ରଥମେ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେ କଟକ ସ୍ଥାନାନ୍ତର ହୋଇଥିଲେ । ସାମାନ୍ୟ ସୁସ୍ଥ ହେବା ପରେ କହିଥିଲେ ଠିକଣା । ଦେଇଥିଲେ ବାପା, ମାଆ ଓ ଗାଁ ଠିକଣା ।

ସରକାରୀ ହେଲପଲାଇନରେ ରାମାନନ୍ଦଙ୍କ ଠିକଣା ଯୋଡିହୋଇଥିଲା । ତେଣେ ପୁଅକୁ ଖୋଜି ଖୋଜି ଓଡ଼ିଶା ଆସିଥିଲେ ପରିବାର ବର୍ଗ । ବାଲେଶ୍ୱର, ଭଦ୍ରକ ଓ ସୋରରେ ବହୁତ ଖୋଜିଲେ । ହେଲେ ପୁଅକୁ ପାଇଲେ ନାହିଁ । ରାମାନନ୍ଦ ରାମାନନ୍ଦ କହି ବହୁତ କାନ୍ଦିଲେ । କେହି ଶୁଣିଲେ ନାହିଁ । କାହିଁକି ବା ଶୁଣିବେ? ଲୁହର ମୂଲ ସେଇମାନେ ହିଁ ଜାଣନ୍ତି, ଯାହା ଆଖିରୁ ଝରିପଡେ । ପ୍ରତି କ୍ଷଣରେ ଝଣିପଡେ । ଶେଷରେ ସେମାନେ ରାଜ୍ୟ ହେଲପଲାଇନ ନମ୍ବରକୁ ଫୋନ୍ କଲେ ।

ମିଳିଗଲେ ରାମାନନ୍ଦ । ସତେ ଯେମିତି ସମସ୍ତ ସୁଖ ହାତମୁଠାରେ ପାଇଗଲେ ପରିବାର ଲୋକେ । ଏସସିବିରେ ପୁଅ ଚିକିତ୍ସିତ ହେଉଥିବା ଜାଣି ସେଠାକୁ ଦୌଡିଗଲେ । ପୁଅକୁ ପାଖରେ ପାଇ ଖୁସିରେ କାନ୍ଦି ପକାଇଲେ ରାମାନନ୍ଦଙ୍କ ବାପା-ମାଆ । ମରଣମୁହଁରୁ ପୁଅ ଫେରିଆସିଥିବାରୁ ଭଗବାନଙ୍କୁ ଦେଇଛନ୍ତି ଅଶେଷ ଧନ୍ୟବାଦ । ଆଉ ଉଦ୍ଧାରକାରୀ ଦଳଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ ରହିବ ବୋଲି କହିଛନ୍ତିି ପାଶ୍ୱାନ ଦମ୍ପତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା