Masthead

ଆସନ୍ତା ୨୩ ରେମୁଣା ବନ୍ଦ କରିବ ବିଜେପି

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ); ବାଲେଶ୍ୱର ଚାଷୀଙ୍କ ସବସିଡ ଟଙ୍କା ହଡ଼ପ ଦୁର୍ନୀତିରେ ଛନ୍ଦି ହୋଇଥିବା ରେମୁଣା ବିଧାୟକଙ୍କ ବଢିଛି ଅଡୁଆ । ବିଜେପି ଡାକିଲା ଆନ୍ଦୋଳନର ଡାକରା । ୨୩ରେ କରିବ ରେମୁଣାବନ୍ଦ । ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ବିଜେପି ନେତା ଗୋବିନ୍ଦ ଦାସ । ଗରିବ ଚାଷୀଙ୍କ ସବସିଡ ଟଙ୍କାକୁ ଆତ୍ମସାତ କରିଥିବାର ଭିଜିଲାନ୍ସ ରିପୋର୍ଟ୍ ଆସିବା ପରେ ବି କାହିଁକି ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାହିଁକି ନେଉନାହାନ୍ତି କାର୍ଯ୍ୟାନୁଷ୍ଠାନ ।

ସେପଟେ ବିଜେଡ଼ିର ଦଳୀୟ ପାଣ୍ଠି ପାଇଁ ଗରିବ ଚାଷୀଙ୍କ ସବସିଡ ଟଙ୍କାକୁ ବିଧାୟକ ସୁଧାଂଶୁ ଶେଖର ପରିଡ଼ା ହଡ଼ପ କରିଥିବା ଅଭିଯୋଗ ହୋଇଛି। ମାତ୍ର ଗରିବ ଖଟିଖିଆ ଲୋକଙ୍କ ଟଙ୍କା ହଡ଼ପ କରିଥିବା ବିଧାୟକଙ୍କ ବିରୋଧରେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛି ବିଜେପି । ଯଦି ୪ ଦିନ ଭିତରେ ରାଜ୍ୟ ସରକାର ଠକ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନିଅନ୍ତି ତେବେ ଆସନ୍ତା ୨୨ ରେ ବାଲେଶ୍ୱର ଗସ୍ତରେଥିବା ୫ଟି ସଚିବଙ୍କୁ ବିରୋଧ କରିବା ସହ ୨୩ ରେ ରେମୁଣା ବନ୍ଦ କରାଯିବ ବୋଲି କହିଛି ରେମୁଣା ବିଜେପି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ