Masthead

ଆଜି ଆଇପିଏଲରେ ରାହୁଲଙ୍କ ପାଇଁ କର ବା ମର

ଦୁବାଇ, (ବଡ଼ ଖବର ବ୍ୟୁରୋ) : ଆଇପିଏଲର ତ୍ରୟୋଦଶ ସିଜିନର ୩୧ତମ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର ଓ କିଙ୍ଗସ ଏକାଦଶ ପଞ୍ଜାବ । ବିରାଟ କୋହଲିଙ୍କୁ ଟକ୍କର ଦେବେ କେ.ଏଲ. ରାହୁଲ । ଉଭୟ ଦଳ ଆଜି ସେମାନଙ୍କ ଅଷ୍ଟମ ମ୍ୟାଚ ଶାରଜା କ୍ରିକେଟ ଷ୍ଟାଡିୟମରେ ଖେଳବେ । ଆଜିର ମ୍ୟାଚ ପଞ୍ଜାବ ପାଇଁ କର ବା ମର ସ୍ଥିତିରେ ରହିଛି । ପଞ୍ଜାବ ଏପର୍ଯ୍ୟନ୍ତ ୭ଟି ମ୍ୟାଚ ଖେଳି ଗୋଟିଏ ବିଜୟ ସହ ପଏଣ୍ଟେ ଟେବୁଲରେ ଅଷ୍ଟମ ସ୍ଥାନରେ ରହିଛି । ଆଇପିଏଲରେ ଟପ୍ ଚାରି ଦଳ ମଧ୍ୟରେ ପଞ୍ଜାବକୁ ରହିବାକୁ ହେଲେ ପରବର୍ତ୍ତି ସବୁ ମ୍ୟାଚକୁ ଜିତିବାକୁ ପଡିବ ।

ଅପରପକ୍ଷରେ ବିରାଟ ବାହୀନି ଚଳିତ ବର୍ଷ ଆଇପିଏଲରେ ଦମଦାର ପ୍ରଦର୍ଶନ କରି ୭ଟି ମ୍ୟାଚରୁ ୫ଟି ବିଜୟ ସହ ପଏଣ୍ଟେ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଆଇପିଏଲ ଇତିହାସରେ ଉଭୟ ଦଳ ୨୫ଥର ସାମ୍ନାସାମ୍ନି ହୋଇଥିବା ବେଳେ ବାଙ୍ଗାଲୋର ୧୨ଥର ବିଜୟ ହୋଇଥିବା ବେଳେ ପଞ୍ଜାବ ୧୩ଥର ବିଜୟ ଲାଭ କରିଛି । ଆଜିର ମ୍ୟାଚକୁ ଜିତି ପଞ୍ଜାବ ଆଇପିଏଲରେ ଟପ ଚାରି ଦଳ ମଧ୍ୟରେ ରହିବାକୁ ଚେଷ୍ଟା କରିବ ଏବଂ ବାଙ୍ଗାଲୋର ମ୍ୟାଚକୁ ଜିତି ପଏଣ୍ଟେ ଟେବୁଲର ଶୀର୍ଷକୁ ଯିବା ପାଇଁ ଚେଷ୍ଟା କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ