Masthead

ହସଖୁସିର ମୂହୁର୍ତ୍ତକୁ ଧୋଇ ନେଇଗଲା ଦୁର୍ଘଟଣା

ଗଂଜାମ (ବଡ଼ ଖବର ବ୍ୟୁରୋ): ଆଖିରୁ ଶୁଖୁନି ଲୁହ । କାନ୍ଦ ବୋବାଳିରେ ଉଛୁଳି ପଡୁଛନ୍ତି ପରିବାର ଲୋକେ । ଗୋଟିଏ ନୁହେଁ କି ଦୁଇଟି ନୁହେଁ । ଗୋଟିଏ ପରିବାରରୁ ଏକା ସାଙ୍ଗରେ ୬ ଜଣଙ୍କର ଚାଲିଗଲା ମୁଣ୍ଡ । କିଏ ବାପାକୁ ହରେଇଲା ତ ଆଉ କିଏ ପୁଅକୁ, ତ ପୁଣି ଆଉ କାହା କୋଳ ଖାଲି ହୋଇଗଲା । ସଭିଏଁ ଭାବିଥିଲେ ବାହାଘରରେ ସାମିଲ ହୋଇ ଭୋଜିଭାତ ଖାଇ ଖୁସି ଖୁସି ଘରକୁ ଫେରିବେ । ହେଲେ ଏ ଖୁସି ବୋଧ ହୁଏ ବିଧାତାକୁ ମଂଜୁର ନଥିଲା ।ଇଏ ହେଉଛି ଦିଗପହଣ୍ଡିର ଭୟଙ୍କର ବସ ଦୁର୍ଘଟଣାର ପରର ଘଟଣା । ଯାହା ନେଇଥିଲା ୧୨ ଜଣଙ୍କର ଜୀବନ ।

ଯେଉଁଥିରେ ଆଖି ବୁଜିଛନ୍ତି ୬ ଜଣ ପୁରୁଷ, ୪ ଜଣ ମହିଳା ଓ ୨ ଜଣ କଅଁଳ ଶିଶୁ । ବିଳମ୍ବିତ ରାତିରେ ମୁହାଁମୁହିଁ ଧକ୍କା ହୋଇଥିଲା ଦୁଇଟି ବସ ।ବ୍ରହ୍ମପୁରରେ ଏକ ବାହାଘରରେ ସାମିଲ ହୋଇଥିବା ଲୋକଙ୍କୁ ନେଇ ଫେରୁଥିଲା ମିନିବସ୍ । ସମସ୍ତଙ୍କ ମନରେ ଥିଲା ବାହାଘରର ଉତ୍ସାହ । ହାତ ଗଣ୍ଠି ପଡିଲା । ବାହାଘର ହେଲା । ଲୋକେ ଭୋଜି ବି ଖାଇଲେ । ହେଲେ ନିମିଷକେ ସବୁ ଖୁସି ପାଣି ଫୋଟକା ପରି କୁଆଡେ ଉଭେଇ ଗଲା । ଆଉ ଦେଇଗଲା ବିଡମ୍ବନାର ପରିବେଶ । ବିପରିତ ଦିଗରୁ ଆସୁଥିଲା ଓଏସଆରଟିସି ବସ୍ । ଉଭୟ ବସ ବିଳମ୍ବିତ ରାତିରେ ମୁହାଁମୁହିଁ ଧକ୍କା ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼