Masthead

ଶ୍ୱଶୁର ଘର ଗାଁ ପାଖ ଜଙ୍ଗଲରୁ ମିଳିଲା ଜ୍ୱାଇଁର ମୃତଦେହ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ) ଶ୍ୱଶୁର ଘର ଗାଁ ପାଖ ଜଙ୍ଗଲରୁ ଉଦ୍ଧାର ହୋଇଛି ଜ୍ୱାଇଁର ଝୁଲନ୍ତା ମୃତଦେହ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଯମୁନାବାହାଲ ଗାଁରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ମୁରିବାହାଲ ଥାନା ସାଲେଭଟା ଗାଁ ର ନବ ଭୋଇ । ନବ ବାହାର ରାଜ୍ୟରେ ଦାଦନ ଖଟନ୍ତି। ପୂରା ପରିବାର ମଧ୍ୟ ତାଙ୍କ ସାଙ୍ଗରେ ବାହାର ରାଜ୍ୟରେ ରୁହନ୍ତି। କିଛି ଦିନ ତଳେ ପରିବାର ସହ ନିଜ ଘରକୁ ଫେରିଥିଲେ। ଗାଁରେ କିଛି ଦିନ ରହିବା ପରେ ନବ ତାଙ୍କ ସ୍ତ୍ରୀ ମଧ୍ୟରେ କୌଣସି କଥାକୁ ଝଗଡ଼ା ହୋଇଥିଲା। ପରେ ନବଙ୍କ ସ୍ତ୍ରୀ ତାଙ୍କ ପାଞ୍ଚଟି ପୁଅ ଓ ଜଣେ ଝିଅକୁ ନେଇ ନିଜ ବାପ ଘର ସାଲେଭଟା ଗାଁକୁ ପଳାଇ ଆସିଥିଲେ। ଆଜି ସକାଳେ ସାଲେଭଟା ଗାଁ ନିକଟରେ ଥିବା ଜଙ୍ଗଲରୁ ନବଙ୍କ ଝୁଲନ୍ତା ମୃତଦେହ ସ୍ଥାନୀୟ ଲୋକେ ଦେଖିଥିଲେ ।ଏନେଇ ସ୍ଥାନୀୟ ଲୋକେ ପରିବାର ଲୋକ ଓ ପୋଲିସକୁ ଖବର ଦେଇଥିଲେ ।ପୋଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ