Masthead

ହିଂସା ଭିତରେ ଚାଲିଛି ମତଦାନ, ଗଲାଣି ୫ ଜୀବନ

କୋଲକାତା (ବଡ଼ ଖବର ବ୍ୟୁରୋ):  ପଶ୍ଚିମବଙ୍ଗରେ ଜାରି ରହିଛି ମତଦାନ । ୭୪ଟି ଆସନ ପାଇଁ ଚାଲିଛି ମତଦାନ । ମତଦାନ ଭିତରେ ଜାରି ରହିଛି ହିଂସା । ଭୋଟ ସମୟରେ ହିଂସା ଘଟଣାରେ ଏପର୍ୟ୍ୟନ୍ତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ମୁର୍ସିଦାବାଦର ବେଲଦାନଗା ଠାରେ କଂଗ୍ରେସ ଏବଂ ତ୍ରୁଣମୂଳ କଂଗ୍ରେସ ମଧ୍ୟରେ ସଂଘର୍ଷରେ ଶାସକ ଦଳର କର୍ମୀ ବାବର ଅଲିଙ୍କ ମୃତ୍ୟୁ ଘଟିଛି। ହିଂସା ପରେ ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଗୁଳି ବାଜିବା ପରେ କଂଗ୍ରେସ କର୍ମୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

କୁଚବିହାରରେ ଏକ ମତଦାନ କେନ୍ଦ୍ରକୁ ଭଙ୍ଗାରୁଜା କରାଯାଇଛି ଏବଂ ମତଦାନ ଆରମ୍ଭ ହେବା ମାତ୍ରେ ବାଲାଟ କାଗଜପତ୍ର ଲୁଟ ହୋଇଛି। ଏହାଛଡ଼ା, ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ତୃଣମୂଳ କଂଗ୍ରେସର ୪ଜଣ କର୍ମୀଙ୍କୁ ହତ୍ୟା କରାଯାଇଥିବା ରିପୋର୍ଟ ମିଳିଛି। ସେଥିରୁ ମୁର୍ଶିଦାବାଦରେ ୩ଜଣ ତୃଣମୂଳ କଂଗ୍ରେସ କର୍ମୀ ନିହତ ହୋଇଛନ୍ତି। ଗତରାତିରେ ରେଜିନଗରରେ ଦେଶୀ ବୋମା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଣଳେ ଖାରଗ୍ରାମରେ ଜଣକୁ ଛୁରି ଭୁସି ହତ୍ୟା କରାଯାଇଛି। ପୁଣି ଆଜି ସକାଳେ ବେଲଦାଙ୍ଗାରେ ଜଣକୁ ଗୁଳି ମାରି ହତ୍ୟା କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ସମୂହ ଛୁଟି ନିଷ୍ପତ୍ତି ସ୍ଥଗିତ 🔴 ରାଗରେ ଗରଗର ମାଆ, ଭାଙ୍ଗିବେ ନନ୍ଦିଘୋଷ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ସମୂହ ଛୁଟି ନିଷ୍ପତ୍ତି ସ୍ଥଗିତ 🔴 ରାଗରେ ଗରଗର ମାଆ, ଭାଙ୍ଗିବେ ନନ୍ଦିଘୋଷ