Masthead

ଫ୍ରାନ୍ସ ଆକାଶରେ ଗର୍ଜିଲା ଭାରତୀୟ ବାୟୁସେନା ବିମାନ

ପ୍ୟାରିସ୍(ବଡ଼ ଖବର ବୁ୍ୟରୋ)ବଷ୍ଟିଲ୍ ଡେ’ରେ ପିଏମ୍ ମୋଦି। ଫ୍ରାନ୍ସର ରାଷ୍ଟ୍ରୀୟ ଦିବସ ସମାରୋହରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ସମେତ ବିଶ୍ୱର ବହୁ ରାଷ୍ଟ୍ରମୁଖ୍ୟ ଏହି ଭବ୍ୟ ସମାରୋହରେ ଯୋଗଦେଇଛନ୍ତି । ରାଜଧାନୀ ପ୍ୟାରିସ୍ ସମେତ ସମଗ୍ର ଫ୍ରାନ୍ସ ଉତ୍ସବମୁଖର ହୋଇଉଠିଛି ।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ବିଶ୍ୱରର ସମସ୍ତ ରାଷ୍ଟ୍ରମୁଖ୍ୟଙ୍କୁ ଫ୍ରାନ୍ସର ରାଷ୍ଟ୍ରୀୟ ଦିବସ ବଷ୍ଟିଲ୍ ଡେ’ରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିଲେ । ପ୍ରତିବର୍ଷ ୧୪ ଜୁଲାଇରେ ପାଳିତ ହେଉଥିବା ଏହି ଭବ୍ୟ ସମାରୋହର ମୁଖ୍ୟ ଆକର୍ଷଣ ହେଉଛି ଚିତାକର୍ଷକ ପରେଡ । ଏହି ପରେଡରେ ଫ୍ରାନ୍ସର ଯୁଦ୍ଧାସ୍ତ୍ର ସାମିଲ୍ ହୋଇଥାଏ । ଚଳିତ ବର୍ଷ ଭାରତୀୟ ବାୟୁସେନାର ବିମାନ ମଧ୍ୟ ବଷ୍ଟିଲ୍ ଡେ’ରେ ସାମିଲ ହୋଇଛି ।

୨୦୧୭ରେ ଆମେରିକାର ତତ୍କାଳିନ ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ପଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଫ୍ରାନ୍ସବାସୀ ରାଷ୍ଟ୍ରୀୟ ଦିବସକୁ ଏକ ମହତ୍ୱପୂର୍ଣ୍ଣ ମହୋତ୍ସବ ରୂପେ ପାଳନ କରିଥାନ୍ତି । ୧୭୮୯ରେ ଫ୍ରାନ୍ସରେ କ୍ରାନ୍ତି ଦ୍ୱାରା ବଷ୍ଟିଲ୍ ଜେଲ ଉପରେ ହୋଇଥିବା ଆକ୍ରମଣ କଥା ସ୍ମରଣ କରାଇଥାଏ ବଷ୍ଟିଲ୍ ଡେ’ । ଏହି ଭବ୍ୟ ଉତ୍ସବରେ ଯୋଗ ଦେଇ ପିଏମ ମୋଦି ଭାରତର ବିକାଶ ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ, ଯେଉଁଠି ସବୁଦେଶ ଏକ ନୁଆ ବ୍ୟବସ୍ଥା ଆଡକୁ ବଢୁଛନ୍ତି, ଭାରତ ମଧ୍ୟ ବଦଳିବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା