Masthead

ରାଜ୍ୟସରକାରଙ୍କୁ ବରଖାସ୍ତ କରନ୍ତୁ ରାଷ୍ଟ୍ରପତି

ଇମ୍ଫାଲ(ବଡ଼ ଖବର ବ୍ୟୁରୋ): ମଣିପୁର ଲଜ୍ଜାକୁ ନେଇ ଚାରିଆଡେ ଲାଗି ରହିଛି ଅସନ୍ତୋଷ । ବିରୋଧୀମାନଙ୍କ ବିରୋଧ ମଧ୍ୟ ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି ବିଜେପି । ବୁଧବାର ଦୁଇ କୁକି ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଚଳାଇବା ତଥା ଯୌନ ନିର୍ୟାତନା ଦେବା ପ୍ରସଙ୍ଗରେ ଉଠୁଛି ପଡୁଛି ରାଜରାସ୍ତା । ସରଗରମ ହୋଇଛି ଗୃହ । ସେପଟେ ମଣିପୁର ସ୍ଥିତିକୁ ନେଇ ସରକାର ଆଦୌ ଗମ୍ଭୀର ନୁହନ୍ତି।

ତେଣୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟର ବିଜେପି ସରକାରକୁ ବରଖାସ୍ତ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ରାଜ୍ୟ ସଭାର କଂଗ୍ରେସ ଉପନେତା ପ୍ରମୋଦ ତିୱାରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମଣିପୁର ଉପରେ ବିରୋଧୀ ବିସ୍ତୃତ ବିତର୍କ ଦାବି କରୁଥିବାବେଳେ ସରକାର ନାମକୁ ମାତ୍ର ସଂକ୍ଷିପ୍ତ ଆଲୋଚନା ଚାହୁଁଛନ୍ତି। ଆଲୋଚନାରୁ କିଏ ପଳାୟନ କରୁଛନ୍ତି, ତାହା ଏଥିରୁ ସ୍ପଷ୍ଟ ହେଉଛି।

ସରକାର ଏହା ଉପରେ ସମ୍ବେଦନଶୀଳ ଥିଲେ ମଙ୍ଗଳବାର ଆଲୋଚନା ଆରମ୍ଭ ହେଉ। ସମସ୍ତ ଦଳକୁ ମତ ରଖିବାକୁ ଦିଆଯାଉ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟରେ ବିବୃତି ରଖନ୍ତୁ। ସେ ଯଦି ବାହାରେ କହିପାରୁଛନ୍ତି ତେବେ ଗୃହ ଭିତରେ କାହିଁକି ବିବୃତି ଦେଇପାରିବେ ନାହିଁ ବୋଲି ତିୱାରୀ ପ୍ରଶ୍ନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’