Masthead

ଭଗବାନ ମଣିପୁର ଘଟଣାରେ କାନ୍ଦୁଛନ୍ତି: ସଞ୍ଜୟ ସିଂ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ):  ହିଂସାରେ ଜଳୁଛି ମଣିପୁର । ମଣିପୁର ପ୍ରସଙ୍ଗକୁ ନେଇ ସଂସଦରୁ ଆରମ୍ଭ କରି ରାଜରାସ୍ତା ସବୁଠି ବିରୋଧ । ମଣିପୁର ପ୍ରସଙ୍ଗକୁ ନେଇ ଜୋର ଧରିଛି ରାଜନୀତି । ଚାଲିପାରୁନି ଗୃହ । ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ଜବାବ ରଖନ୍ତୁ ବୋଲି ବିରୋଧୀ ଦାବି କରି ଆସୁଛନ୍ତି। ମଣିପୁର ଘଟଣାକୁ ନେଇ ଆପ ନେତା ସଞ୍ଜୟ ସିଂଙ୍କୁ ରାଜ୍ୟସଭାରୁ କରାଯାଇଛି ନିଲମ୍ବନ । ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ସଞ୍ଜୟ ସିଂ । କହିଛନ୍ତି ପ୍ରଧାନମନ୍ତ୍ରୀ କାଲି ଭାରତର ଅପମାନ କରିଥିଲେ।

ମଣିପୁର ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରିଥିଲେ। କେବଳ ଏତିକି ନୁହେଁ ‘ଇଣ୍ଡିଆ’କୁ ଆତଙ୍କବାଦୀ ଗୋଷ୍ଠୀ ସହ ମଧ୍ୟ ତୁଳନା କରିଥିଲେ। ଆମର ଅପମାନ କର ହେଲେ ଦେଶକୁ ଅପମାନ କର ନାହିଁ। ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମଣିପୁର ଅବସ୍ଥା ବିଗିଡ଼ିବାରେ ଲାଗିଛି। ଆଜି ଦିଲ୍ଲୀରେ ପ୍ରବଳ ବର୍ଷା ହେଉଛି। ବୋଧହୁଏ ଭଗବାନ ମଧ୍ୟ ମଣିପୁର ଘଟଣାରେ କାନ୍ଦୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଅଣାଯାଉଥିବାକୁ ନେଇ ସେ ଖୁସି ପ୍ରକଟ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା