Masthead

ଭଗବାନ ମଣିପୁର ଘଟଣାରେ କାନ୍ଦୁଛନ୍ତି: ସଞ୍ଜୟ ସିଂ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ):  ହିଂସାରେ ଜଳୁଛି ମଣିପୁର । ମଣିପୁର ପ୍ରସଙ୍ଗକୁ ନେଇ ସଂସଦରୁ ଆରମ୍ଭ କରି ରାଜରାସ୍ତା ସବୁଠି ବିରୋଧ । ମଣିପୁର ପ୍ରସଙ୍ଗକୁ ନେଇ ଜୋର ଧରିଛି ରାଜନୀତି । ଚାଲିପାରୁନି ଗୃହ । ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ଜବାବ ରଖନ୍ତୁ ବୋଲି ବିରୋଧୀ ଦାବି କରି ଆସୁଛନ୍ତି। ମଣିପୁର ଘଟଣାକୁ ନେଇ ଆପ ନେତା ସଞ୍ଜୟ ସିଂଙ୍କୁ ରାଜ୍ୟସଭାରୁ କରାଯାଇଛି ନିଲମ୍ବନ । ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ସଞ୍ଜୟ ସିଂ । କହିଛନ୍ତି ପ୍ରଧାନମନ୍ତ୍ରୀ କାଲି ଭାରତର ଅପମାନ କରିଥିଲେ।

ମଣିପୁର ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରିଥିଲେ। କେବଳ ଏତିକି ନୁହେଁ ‘ଇଣ୍ଡିଆ’କୁ ଆତଙ୍କବାଦୀ ଗୋଷ୍ଠୀ ସହ ମଧ୍ୟ ତୁଳନା କରିଥିଲେ। ଆମର ଅପମାନ କର ହେଲେ ଦେଶକୁ ଅପମାନ କର ନାହିଁ। ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମଣିପୁର ଅବସ୍ଥା ବିଗିଡ଼ିବାରେ ଲାଗିଛି। ଆଜି ଦିଲ୍ଲୀରେ ପ୍ରବଳ ବର୍ଷା ହେଉଛି। ବୋଧହୁଏ ଭଗବାନ ମଧ୍ୟ ମଣିପୁର ଘଟଣାରେ କାନ୍ଦୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଅଣାଯାଉଥିବାକୁ ନେଇ ସେ ଖୁସି ପ୍ରକଟ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ