Masthead

ପୃଥିବୀର ପଞ୍ଚମ କକ୍ଷପଥରେ ଚନ୍ଦ୍ରୟାନ-୩

ନୁଆଦିଲ୍ଳୀ(ବଡ଼ ଖବର ବ୍ୟୁରୋ):  ଜୁଲାଇ ୧୪ରେ ଆରମ୍ଭ ହୋଇଥିବା ଚନ୍ଦ୍ରୟାନ-୩ ଧୀରେ ଧୀରେ ପୃଥିବୀ ଚାରିପଟେ ନିଜର କକ୍ଷପଥକୁ ବୃଦ୍ଧି କରି ପଞ୍ଚମ ତଥା ଶେଷ ପୃଥିବୀ କକ୍ଷପଥରେ ପହଞ୍ଚିଛି । ଏବେ ଚନ୍ଦ୍ରୟାନଟି ପୃଥିବୀର ୧,୨୭,୬୦୯ କିମି ଏକ୍ସ ୨୩୬ କିମି କକ୍ଷପଥରେ ରହିଛି । ଏହାର ଅର୍ଥ ହେଉଛି, ଚନ୍ଦ୍ରୟାନ-୩ ଏବେ ଏପରି ଅଣ୍ଡାକୃତି କକ୍ଷପଥରେ ଘୁରୁଛି, ଯାହା ପୃଥିବୀ ଠାରୁ ସର୍ବନିମ୍ନ ୨୩୬ କିମି ଏବଂ ସର୍ବାଧିକ ୧,୨୭,୬୦୯ କିମି ଦୂରରେ ରହିଛି ।

ଏହା ପୂର୍ବରୁ ଜୁଲାଇ ୨୦ରେ ଚନ୍ଦ୍ରୟାନ-୩କୁ ପୃଥିବୀର ୭,୧୭,୫୧ କିମି ଏକ୍ସ ୨୩୩ କିମି କକ୍ଷପଥରେ ଅବସ୍ଥାପିତ କରାଯାଇଥିଲା । ଏହାପରେ ମହାକାଶଯାନଟି ଅଗଷ୍ଟ ୧ର ମଧ୍ୟରାତ୍ରିରେ ସ୍ଲିଙ୍ଗ ସଟ୍ ଜରିଆରେ ଫୃଥିବୀର କକ୍ଷପଥ ଛାଡି ଚନ୍ଦ୍ର ଆଡକୁ ବଢିବା ଆରମ୍ଭ କରିବ । ଅଗଷ୍ଟ ୨୩ରେ ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ।

ଚନ୍ଦ୍ରୟାନ-୩ ମିଶନ ଜରିଆରେ ଇସ୍ରୋ ଚନ୍ଦ୍ରର ଥର୍ମୋଫିଜିକାଲ ପ୍ରପର୍ଟିଜ ଅର୍ଥାତ ସେଠାକାର ତାପମାତ୍ରା ଆଦି କିପରି ରହିଛି ତାହାର ଅନୁସନ୍ଧାନ କରିବ ।ଏଥି ସହିତ ଚନ୍ଦ୍ରରେ ଭୁ-କମ୍ପ କିପରି ଆସିଥାଏ ଏବଂ କେତେ ଆସିଥାଏ,ସେଠାକାର ମାଟିରେ କେଉଁପ୍ରକାର ତତ୍ତ୍ୱ ରହିଛି ସେନେଇ ମଧ୍ୟ ଏହା ତଥ୍ୟ ସଂଗ୍ରହ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ