Masthead

ଥମୁନି ଚିତା ମୃତ୍ୟୁ ମାମଲା

ମଧ୍ୟପ୍ରଦେଶ (ବଡ଼ ଖବର ବ୍ୟୁରୋ):ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ପୁଣି ଏକ ଚିତାର ମୃତ୍ୟୁ ହୋଇଛି । ନାମ୍ବିଆରୁ ଅଣାଯାଇଥିବା ଚିତା ତଲ୍ଲିଶୀର ମୃତ୍ୟୁ ହୋଇଛି । ଏପର୍ୟ୍ୟନ୍ତ ବିଦେଶରୁ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ୯ଟି ଚିତାର ମୃତ୍ୟୁ ହୋଇସାରିଲାଣି । କୁହାଯାଇଛି କି, ଦୁଇଦିନ ହେବ ଏହି ଚିତାଟିର ସନ୍ଧାନ ମିଳୁନଥିଲା । କୁନୋର ବାହାର ଅଞ୍ଚଳରୁ ଏବେ ଚିତାର ମୃତଦେହ ଉଦ୍ଧାର କରାଯାଇଛି । ଚିତାର ଗଳାରେ ଲଗାଯାଇଥିବା ରେଡିଓ କଲାର ଆଇଡି ଖରାପ ଥିବାରୁ ଚିତାଟିର ସନ୍ଧାନ ମିଳିନଥିଲା ।

ହେଲେ ବନବିଭାଗର ଡ୍ରୋନ କ୍ୟାମେରା ସହାୟତାରେ ଚିତାଟିର ସନ୍ଧାନ କରିବାରେ ଲାଗିଥିଲା ବନ ବିଭାଗ । କହିରଖୁ କି ଏହି ନ୍ୟାସନାଲ ପାର୍କରେ ପ୍ରତିମାସରେ ଚିତା ମୃତ୍ୟୁର ଖବର ଆସୁଛି । ଏନେଇ ନିୟୋଜିତ ଥିବା ଅଧିକାରୀମାନେ ଚିତା ମୃତ୍ୟୁ ପାଇଁ କେବେ ରୋଗ ପାଇଁ ତ କେବେ ନିଜ ନିଜ ଭିତରେ ଲଢେଇ ପାଇଁ ମୃତ୍ୟୁ ହେଉଥିବା କାରଣ ଦର୍ଶାଉଛନ୍ତି । ହେଲେ ପ୍ରଶ୍ନ ଉଠୁଛି କି କୁନୋ ନ୍ୟାସନାଲ ପାର୍କ ଭିତରେ ଜୀବଜନ୍ତୁଙ୍କ ଚିକିତ୍ସା ପାଇଁ ଯେତେବେଳେ ସମସ୍ତ ସୁବିଧା ଥିବା ହସ୍ପିଟାଲ ରହିଛି, ଡାକ୍ତର ଓ ବିଶେଷଜ୍ଞମାନେ ରହିଛନ୍ତି ସେତେବେଳେ କାହିଁକି ଚିତା ମୃତ୍ୟୁକୁ ରୋକାଯାଇପାରୁ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି