Masthead

ଥମୁନି ଚିତା ମୃତ୍ୟୁ ମାମଲା

ମଧ୍ୟପ୍ରଦେଶ (ବଡ଼ ଖବର ବ୍ୟୁରୋ):ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ପୁଣି ଏକ ଚିତାର ମୃତ୍ୟୁ ହୋଇଛି । ନାମ୍ବିଆରୁ ଅଣାଯାଇଥିବା ଚିତା ତଲ୍ଲିଶୀର ମୃତ୍ୟୁ ହୋଇଛି । ଏପର୍ୟ୍ୟନ୍ତ ବିଦେଶରୁ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ୯ଟି ଚିତାର ମୃତ୍ୟୁ ହୋଇସାରିଲାଣି । କୁହାଯାଇଛି କି, ଦୁଇଦିନ ହେବ ଏହି ଚିତାଟିର ସନ୍ଧାନ ମିଳୁନଥିଲା । କୁନୋର ବାହାର ଅଞ୍ଚଳରୁ ଏବେ ଚିତାର ମୃତଦେହ ଉଦ୍ଧାର କରାଯାଇଛି । ଚିତାର ଗଳାରେ ଲଗାଯାଇଥିବା ରେଡିଓ କଲାର ଆଇଡି ଖରାପ ଥିବାରୁ ଚିତାଟିର ସନ୍ଧାନ ମିଳିନଥିଲା ।

ହେଲେ ବନବିଭାଗର ଡ୍ରୋନ କ୍ୟାମେରା ସହାୟତାରେ ଚିତାଟିର ସନ୍ଧାନ କରିବାରେ ଲାଗିଥିଲା ବନ ବିଭାଗ । କହିରଖୁ କି ଏହି ନ୍ୟାସନାଲ ପାର୍କରେ ପ୍ରତିମାସରେ ଚିତା ମୃତ୍ୟୁର ଖବର ଆସୁଛି । ଏନେଇ ନିୟୋଜିତ ଥିବା ଅଧିକାରୀମାନେ ଚିତା ମୃତ୍ୟୁ ପାଇଁ କେବେ ରୋଗ ପାଇଁ ତ କେବେ ନିଜ ନିଜ ଭିତରେ ଲଢେଇ ପାଇଁ ମୃତ୍ୟୁ ହେଉଥିବା କାରଣ ଦର୍ଶାଉଛନ୍ତି । ହେଲେ ପ୍ରଶ୍ନ ଉଠୁଛି କି କୁନୋ ନ୍ୟାସନାଲ ପାର୍କ ଭିତରେ ଜୀବଜନ୍ତୁଙ୍କ ଚିକିତ୍ସା ପାଇଁ ଯେତେବେଳେ ସମସ୍ତ ସୁବିଧା ଥିବା ହସ୍ପିଟାଲ ରହିଛି, ଡାକ୍ତର ଓ ବିଶେଷଜ୍ଞମାନେ ରହିଛନ୍ତି ସେତେବେଳେ କାହିଁକି ଚିତା ମୃତ୍ୟୁକୁ ରୋକାଯାଇପାରୁ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ