Masthead

ଆଇପିଏଲରେ ଆଜି ଯୁବ-ଅଭିଜ୍ଞ ଟକ୍କର

ଦୁବାଇ, (ବଡ଼ ଖବର ବ୍ୟୁରୋ) : ଆଇପିଏଲ ତ୍ରୟୋଦଶ ସିଜିନର ୩୪ତମ ମ୍ୟାଚରେ ଆଜି ସାମ୍ନାସାମ୍ନି ହେବେ ଯୁବ ଓ ଅଭିଜ୍ଞ କ୍ୟାପ୍ଟେନଙ୍କ ଟିମ୍ । ଭେଟେରାନ ମହେନ୍ଦ୍ର ସିଂ ଧୋନିଙ୍କ ଅଭିଜ୍ଞ ଦଳ ଚେନ୍ନାଇ ସୁପର କିଙ୍ଗସ ଓ ଯୁବ ଅଧିନାୟକ ଶ୍ରେୟାସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ମୁକାବିଲା । ଉଭୟ ଦଳ ଆଜି ସେମାନଙ୍କ ନବମ ମ୍ୟାଚ ଶାରଜା କ୍ରିକେଟ ଷ୍ଟାଡିୟମରେ ଖେଳିବେ । ଚଳିତବର୍ଷ ଆଇପିଏଲରେ ଚେନ୍ନାଇ ୮ଟି ମ୍ୟାଚରୁ ୩ଟି ବିଜୟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଥିବା ବେଳେ ଦିଲ୍ଲୀ ୮ଟି ମ୍ୟାଚରୁ ୬ଟି ବିଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି ।

ଆଇପିଏଲ ଇତିହାସରେ ଉଭୟ ଦଳ ୨୨ ଥର ମୁହାଁମୁହିଁ ହୋଇଛନ୍ତି । ଚେନ୍ନାଇ ୧୫ଥର ଏବଂ ଦିଲ୍ଲୀ ୭ଥର ବିଜୟୀ ହୋଇଛି । ଚଳିତ ସିଜିନରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ମ୍ୟାଚକୁ ଦିଲ୍ଲୀ ୪୪ ରନରେ ଜିତିଛି । ଧୋନି ବାହିନୀ ଆଜିର ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଟପ୍-୪ ରେସରେ ରହିବାକୁ ଚେଷ୍ଟା କରିବ । ଅପରପକ୍ଷରେ ଦିଲ୍ଲୀ ଏହି ମ୍ୟାଚକୁ ଜିତି ପଏଣ୍ଟ ଟେବୁଲର ଶୀର୍ଷକୁ ଯିବାକୁ ଚେଷ୍ଟା କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ