Masthead

ତିର୍ତ୍ତୋଲ ଉପନିର୍ବାଚନର ମଙ୍ଗ ଧରିଲେ ସୁର-ରଞ୍ଜୀବ

ତିର୍ତ୍ତୋଲ, (ବଡ଼ ଖବର ବ୍ୟୁରୋ): ଉପନିର୍ବାଚନ ଯେତେ ପାଖେଇଆସୁଛି ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ବଢ଼ି ଚାଲିଛି। ଆଜି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତରେ କଂଗ୍ରେସ କର୍ମୀ ସମାବେଶ ଅନୁଷ୍ଠିତ ହୋଇଥିଲା। ବ୍ଲକ କଂଗ୍ରେସ କମିଟି ସଭାପତି ଅକ୍ଷୟ ଦାସଙ୍କ ସଭାପତିତ୍ୱରେ ଏହି ସମାବେଶ ଅନୁଷ୍ଠିତ ହୋଇଥିଲା । ସମାବେଶରେ ମୁଖ୍ୟଅତିଥି ଭାବେ ଜଟଣୀ ବିଧାୟକ ସୁରେଶ ରାଉତରାୟ ଓ ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ ଯୋଗଦେଇଥିଲେ । ରାଉତରାୟ ପ୍ରଥମେ ସମାବେଶର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଉଭୟ ନେତା ସିଧାସଳଖ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଥିଲେ । ବିଜେପି ବିଜେଡି ଗୋଟିଏ ମେଣ୍ଟ । ଦେଶକୁ ମୋଦି ଏବଂ ଓଡ଼ିଶାରେ ନବୀନ କାଙ୍ଗାଳ କରିସାରିଲେଣି । ୨୦ ବର୍ଷ ଭିତରେ ତିର୍ତ୍ତୋଲରେ ନବୀନ ସରକାର କୌଣସି ଉନ୍ନତିମୂଳକ କାର୍ୟ୍ୟ କରିନାହାନ୍ତି। ନବୀନ ସରକାର ବିଭିନ୍ନ ଯୋଜନା ଜରିଆରେ ମିଛ ପ୍ରତିଶ୍ରୁତି ଦେଇ ଜନତାଙ୍କୁ ଠକୁଛନ୍ତି । ଗାଁକୁ କାମ, ମା’କୁ ସମ୍ମାନ ନାମକୁ ମାତ୍ର ଡେଙ୍ଗୁରା ପିଟି ପ୍ରଚ୍ଛଦପଟ୍ଟରେ ନାରୀ ନିର୍ୟାତନାକୁ ପ୍ରୋତ୍ସାହନ ଦେଉଛନ୍ତି। କିନ୍ତୁ ବର୍ତ୍ତମାନ ଏହାକୁ ଆଉ ସହ୍ୟ କରାଯିବ ନାହିଁ। ତିର୍ତ୍ତୋଲ ମାଟିରେ କଂଗ୍ରେସକୁ ଜିତାଇ ଏକ ନୂତନ ବିପ୍ଳବ ସୃଷ୍ଟି କରାଯିବ ବୋଲି ସେମାନେ କହିଥିଲେ । ତୃଣମୂଳ ସ୍ତରରେ କଂଗ୍ରେସର ଆଭିମୁଖ୍ୟ, ବିଜେଡି ଏବଂ ବିଜେପିର କଳା କାରନାମାକୁ ପ୍ରତି ପଞ୍ଚାୟତର ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରମୁଖ ନେତାମାନଙ୍କୁ ପରାମର୍ଶ ଦେଇଥିଲେ ।
ଏହି ସମାବେଶରେ ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ଶୁଭେନ୍ଦୁ ମହାନ୍ତି, କଟକ ମ୍ୟୁନିସିପାଲିଟିର ପୂର୍ବତନ କର୍ପୋରେଟର ଶିରିବାଳା ବେହେରା, ଯୁବନେତା ରମେଶ ଜେନା, କଂଗ୍ରେସ ମୁଖପାତ୍ର ନାରାୟଣ ପ୍ରସାଦ ଜେନା, ଯୁବ କଂଗ୍ରେସ ନେତା ଦେବ ପ୍ରସାଦ ନାୟକ, ଆଇନଜୀବୀ ସୁକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି