Masthead

ଶରଦଙ୍କୁ ଛାଡ଼ିବେ ଆଉ କେଉଁ ନେତା?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରଥମେ ଅଜିତ, ଆଉ ଏବେ କିଏ? ଅଜିତଙ୍କ ମାର୍ଗ ଆପଣେଇବେ କି ଜୟନ୍ତ? ଶରଦଙ୍କ ଶିବିରରୁ ସତ୍ତାରୂଢ ବିଜେପି-ସିନ୍ଦେ ଦଳକୁ ବଦଳାଇବେ କି ଜୟନ୍ତ ପାଟିଲ?
ଅଜିତ ପାୱାର ତାଙ୍କ ଚାଚା ଶରଦ ପାୱାରଙ୍କ ଏନସିପି ଛାଡିଲା ପରେ ଏବେ ଦଳର ଆଉ ଏକ ଟାଣୁଆ ନେତା ଦଳ ପରିବର୍ତ୍ତନ କରିବେ ବୋଲି ବଢୁଛି ଚର୍ଚ୍ଚା । ଜାତୀୟ ରାଜନୀତିରେ ସିନ୍ଦେ ସରକାରରେ ସାମିଲ ହୋଇପାରନ୍ତି ଏନସିପି ନେତା ଜୟନ୍ତ ପାଟିଲ । ଜୁନିଅର ପାୱାରଙ୍କ ସହ ତାଙ୍କର ଭେଟଘାଟକୁ ନେଇ ଏବେ ଚର୍ଚ୍ଚା ବଢିଚାଲିଛି । କୁହାଯାଉଛି ଯେ ଖୁବଶୀଘ୍ର ଅଜିତ ପାୱରଙ୍କ ମାଗଦର୍ଶନରେ ତାଙ୍କ ସରକାରରେ ସାମିଲ ହେବେ ଜୟନ୍ତ । ତେବେ ପାଟିଲ ଏନେଇ ସଫା ସଫା ମନା କରିଦେଇଥିବା ବେଳେ, ଭିତିରି କଥା କିଛି ଅଲଗା ହିଁ କହୁଛି । ପାଟିଲଙ୍କୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଓ ଦେବେନ୍ଦ୍ର ଫଡନାଭିସଙ୍କ ପକ୍ଷରୁ ଏକ ମିଟିଂ ପାଇଁ ଡକାଯାଇଥିଲା । ଚର୍ଚ୍ଚା ହେଉଥିଲା ଯେ, ଏହି ଭେଟଘାଟ ପରେ ଅଜିତଙ୍କ ସହ ବହୁ ଦିନର ବନ୍ଧୁତାକୁ ରକ୍ଷା କରି ପାଟିଲ ତାଙ୍କୁ ସମର୍ଥନ କରିବେ ।

ସେପଟେ ଗୃହରେ ମଧ୍ୟ କଥା କଥାରେ ପାଟିଲଙ୍କୁ ଅଜିତଙ୍କ ନିମନ୍ତ୍ରଣ ବାସ୍ନାର ସମସ୍ତେ ସାକ୍ଷୀ ରହିଛନ୍ତି । ବିଧାନସଭାରେ ଅଜିତ ଥଟ୍ଟାମଜାରେ ତାଙ୍କୁ କହିଥିଲେ ଯେ, ସେ ଓ ଫଡନାଭିସ ପାଟିଲଙ୍କ ଧ୍ୟାନକୁ ଅପେକ୍ଷା କରିଛନ୍ତି । ତେବେ ପାଟିଲଙ୍କ କହିବା କଥା ସେ ଶରଦ ପାୱାରଙ୍କୁ ଛାଡ଼ିବାର ପ୍ରଶ୍ନ ଉଠୁନି । ଅଜିତ ଓ ତାଙ୍କର ସମ୍ପର୍କ ବହୁ ଆଗରୁ ରହିଛି । ଉଭୟଙ୍କ ମଧ୍ୟରେ ଏପରି କଥାବାର୍ତ୍ତା ହେବା ସ୍ୱାଭାବିକ । ଏହାକୁ ନେଇ ଦଳ ପରିବର୍ତ୍ତନର କୌଣସି ଆକଳନ କରିବା ଠିକ କଥା ନୁହେଁ ବୋଲି ମତ ବାଢିଛନ୍ତି ଜୟନ୍ତ ପାଟିଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?