Masthead

ଅନାସ୍ଥା ପ୍ରସ୍ତାବର ଆବଶ୍ୟକତା ନାହିଁ: ପିନାକୀ ମିଶ୍ର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅନାସ୍ଥା ପ୍ରସ୍ତାବ ଉପରେ ସଂସଦ ସରଗରମ । ଅନାସ୍ଥା ପ୍ରସ୍ତାବକୁ ବିରୋଧକୁ ବିରୋଧ କରିଛି ବିଜେଡି । ‘ମଣିପୁର ଘଟଣା ହୃଦୟ ବିଦାରକ ବୋଲି କହିସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନଡିଏ-ଇଣ୍ଡିଆ ମୁହାଁମୁହିଁ । ଗୃହରେ ପକ୍ଷ ରଖିଲା ବିଜେଡି । ଏନଡିଏକୁ ସମର୍ଥନ, ଅନାସ୍ଥା ପ୍ରସ୍ଥାବକୁ ବିରୋଧ । ଅନାସ୍ଥା ପ୍ରସ୍ତାବର ଆବଶ୍ୟକତା ନାହିଁ । ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ ‘ମଣିପୁର ଘଟଣା ହୃଦୟ ବିଦାରକ ବୋଲି କହିସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିରୋଧୀ କହି ଆସୁଛନ୍ତି ଯେ ପ୍ରଧାନମନ୍ତ୍ରୀ କାହିଁକି ଗୃହରେ ବିବୃତି ଦେଉନାହାନ୍ତି । ଲୋକ ନିଷ୍ପତ୍ତି ନେବେ ପିଏମ କାହିଁକି ଗୃହରେ ମଣିପୁର ପ୍ରସଙ୍ଗରେ କହୁନାହାନ୍ତି । ମଣିପୁର ହିଂସା ୧୦ ବର୍ଷର ନୁହେଁ । ଏହା ୮୦/୯୦ ଦଶକର । ମଣିପୁରରେ କେମିତି ଶାନ୍ତି ଫେରିବ ସେ ଦିଗରେ ଚର୍ଚ୍ଚା ହେବା ଦରକାର । କେନ୍ଦ୍ରକୁ ବ୍ଲେମ କରିବାର ଏ ସମୟ ନୁହେଁ ।

ମଣିପୁରରେ ଯାହା ଘଟିଲା ତାହା ପରିତାପର ବିଷୟ । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୃହମନ୍ତ୍ରୀ ଅମିତ ଶାହ କିଭଳି ଭାବେ ପ୍ରଶଂସା କରିଛନ୍ତି ସେ ବିଷୟରେ ମଧ୍ୟ କହିଛନ୍ତି ପିନାକୀ । ଶାହ କହିସାରିଛନ୍ତି ଯେ ନବୀନ ନମ୍ବର ୱାନ । ସାରା ଦେଶରେ ଓଡ଼ିଶା ରୋଲ ମଡେଲ ପାଲଟିଛି । ସଂଘୀୟ ବ୍ୟବସ୍ଥାରେ ବିଜେଡିର ଭୂମିକାକୁ ପ୍ରଶଂସା କରାଯାଉଛି । ମଣିପୁର ହିଂସାକୁ ଦୃଷ୍ଟିରେ ରଖି ମହିଳା ବିଲର ଅବଶ୍ୟକତା ଅଛି କହିଛନ୍ତି ପିନାକୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ