Masthead

ଅନାସ୍ଥା ପ୍ରସ୍ତାବର ଆବଶ୍ୟକତା ନାହିଁ: ପିନାକୀ ମିଶ୍ର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅନାସ୍ଥା ପ୍ରସ୍ତାବ ଉପରେ ସଂସଦ ସରଗରମ । ଅନାସ୍ଥା ପ୍ରସ୍ତାବକୁ ବିରୋଧକୁ ବିରୋଧ କରିଛି ବିଜେଡି । ‘ମଣିପୁର ଘଟଣା ହୃଦୟ ବିଦାରକ ବୋଲି କହିସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନଡିଏ-ଇଣ୍ଡିଆ ମୁହାଁମୁହିଁ । ଗୃହରେ ପକ୍ଷ ରଖିଲା ବିଜେଡି । ଏନଡିଏକୁ ସମର୍ଥନ, ଅନାସ୍ଥା ପ୍ରସ୍ଥାବକୁ ବିରୋଧ । ଅନାସ୍ଥା ପ୍ରସ୍ତାବର ଆବଶ୍ୟକତା ନାହିଁ । ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ ‘ମଣିପୁର ଘଟଣା ହୃଦୟ ବିଦାରକ ବୋଲି କହିସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିରୋଧୀ କହି ଆସୁଛନ୍ତି ଯେ ପ୍ରଧାନମନ୍ତ୍ରୀ କାହିଁକି ଗୃହରେ ବିବୃତି ଦେଉନାହାନ୍ତି । ଲୋକ ନିଷ୍ପତ୍ତି ନେବେ ପିଏମ କାହିଁକି ଗୃହରେ ମଣିପୁର ପ୍ରସଙ୍ଗରେ କହୁନାହାନ୍ତି । ମଣିପୁର ହିଂସା ୧୦ ବର୍ଷର ନୁହେଁ । ଏହା ୮୦/୯୦ ଦଶକର । ମଣିପୁରରେ କେମିତି ଶାନ୍ତି ଫେରିବ ସେ ଦିଗରେ ଚର୍ଚ୍ଚା ହେବା ଦରକାର । କେନ୍ଦ୍ରକୁ ବ୍ଲେମ କରିବାର ଏ ସମୟ ନୁହେଁ ।

ମଣିପୁରରେ ଯାହା ଘଟିଲା ତାହା ପରିତାପର ବିଷୟ । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୃହମନ୍ତ୍ରୀ ଅମିତ ଶାହ କିଭଳି ଭାବେ ପ୍ରଶଂସା କରିଛନ୍ତି ସେ ବିଷୟରେ ମଧ୍ୟ କହିଛନ୍ତି ପିନାକୀ । ଶାହ କହିସାରିଛନ୍ତି ଯେ ନବୀନ ନମ୍ବର ୱାନ । ସାରା ଦେଶରେ ଓଡ଼ିଶା ରୋଲ ମଡେଲ ପାଲଟିଛି । ସଂଘୀୟ ବ୍ୟବସ୍ଥାରେ ବିଜେଡିର ଭୂମିକାକୁ ପ୍ରଶଂସା କରାଯାଉଛି । ମଣିପୁର ହିଂସାକୁ ଦୃଷ୍ଟିରେ ରଖି ମହିଳା ବିଲର ଅବଶ୍ୟକତା ଅଛି କହିଛନ୍ତି ପିନାକୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼