Masthead

ଆଜି ମୁମ୍ବାଇର ବିଜୟଧାରାକୁ ଅଟକାଇ ପାରିବ କି ପଞ୍ଜାବ

ଦୁବାଇ, (ବଡ଼ ଖବର ବ୍ୟୁରୋ): ଆଇପିଏଲ ତ୍ରୟୋଦଶ ସିଜିନର ୩୬ତମ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ୍ ଏକାଦଶ ପଞ୍ଜାବ। ରୋହିତ ଶର୍ମାଙ୍କୁ ଟକ୍କର ଦେବେ କେ.ଏଲ୍. ରାହୁଲ। ଉଭୟ ଦଳ ଆଜି ସେମାନଙ୍କ ନବମ ମ୍ୟାଚ ଦୁବାଇରେ ଖେଳିବେ। ଚଳିତ ସିଜିନରେ ମୁମ୍ବାଇ ଦମଦାର ପ୍ରଦର୍ଶନ କରି ୮ଟି ମ୍ୟାଚରୁ ୬ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ସେହିଭଳି ପଞ୍ଜାବ ୮ଟି ମ୍ୟାଚରୁ ୨ଟି ବିଜୟ ସହ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି। ଆଇପିଏଲ ଇତିହାସରେ ଉଭୟ ଦଳ ୨୫ଥର ସାମ୍ନାସାମ୍ନି ହୋଇଛନ୍ତି। ମୁମ୍ବାଇ ୧୪ଥର ଏବଂ ପଞ୍ଜାବ ୧୧ଥର ବିଜୟୀ ହୋଇଛନ୍ତି। ଚଳିତ ସିଜିନରେ ଏହି ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ପଞ୍ଜାବକୁ ୪୮ରନରେ ପରାସ୍ତ କରିଛି। ଆଜିର ମ୍ୟାଚକୁ ପଞ୍ଜାବ ଜିତି ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ଆଗକୁ ଥିବା ସମସ୍ତ ମ୍ୟାଚ ପଞ୍ଜାବ ପାଇଁ କର ବା ମର ସ୍ଥିତିରେ ରହିଛି। ପଏଣ୍ଟ ଟେବୁଲରେ ଟପ-୪ ଦଳ ମଧ୍ୟରେ ରହିବାକୁ ହେଲେ ପଞ୍ଜାବ ସମସ୍ତ ମ୍ୟାଚ ଜିତିବା ଆବଶ୍ୟକ। ଅପରପକ୍ଷରେ ମୁମ୍ବାଇ ଚଳିତ ସିଜିନରେ ଦମଦାର ପ୍ରଦର୍ଶନ କରିଛି। ଆଜିର ମ୍ୟାଚ ଜିତି ମୁମ୍ବାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଯିବାକୁ ଚେଷ୍ଟା କରିବ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି