Masthead

ଚନ୍ଦ୍ରର ଦକ୍ଷିଣ ମେରୁରରେ କ’ଣ ଅଛି ଯେଉଁଠି କେହି ପହଞ୍ଚିପାରିନାହାନ୍ତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚନ୍ଦ୍ରରେ ଚତୁର୍ଥ ଦେଶ ଭାବେ ପାଦ ଥାପିଛି ଭାରତ । ପୂର୍ବରୁ ଆମେରିକା, ସୋଭିଏତ ଋଷ, ଚୀନ ଯାଇଛନ୍ତି । କିନ୍ତୁ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ଥାପିବାରେ ପ୍ରଥମ । ଚନ୍ଦ୍ରର ଦକ୍ଷିଣ ମେରୁରେ ପୂର୍ବରୁ କୌଣସି ଦେଶ ପାଦ ଥାପିବାରେ ସଫଳ ହୋଇନାହାନ୍ତି । କିଛି ଦିନ ପୂର୍ବରୁ ଋଷିଆର ଯାନ କ୍ରାସ କରିଯାଇଥିଲା । ତେଣୁ ଭାରତର ମହାକାଶ ବିଜ୍ଞାନ ଇସ୍ରୋକୁ ଗୋଟେ ବଡ଼ ଉଚ୍ଚତାକୁ ନେଇଯାଇଛି । ତେବେ ପ୍ରଶ୍ନ ଉଠୁଛି ଚନ୍ଦ୍ରର ଦକ୍ଷିଣ ମେରୁରରେ କ’ଣ ଅଛି ଯେଉଁଠି କେହି ପହଞ୍ଚିପାରିନାହାନ୍ତି । ଆଉ ଦକ୍ଷିଣମେରୁକୁ ଯିବା ଗୋଟେ ବଡ଼ ସଫଳତା ।

ଆଗକୁ ଏହି ଦକ୍ଷିଣ ମେରୁରେ ଚନ୍ଦ୍ରାୟନ-୩ ପହଞ୍ଚିବା ଦ୍ୱାରା କ’ଣ କ’ଣ ତଥ୍ୟ ମିଳିପାରିବ ? ତେବେ ଋଷିଆର ଲୁନା-୨୫ ମହାକାଶଯାନ ଚଳିତ ସପ୍ତାହରେ ଦକ୍ଷିଣ ମେରୁରରେ ଅବତରଣ କରିବାର ଥିଲା ନିୟନ୍ତ୍ରଣ ହରାଇ କ୍ରାସ ହୋଇଯାଇଥିଲା । ଚନ୍ଦ୍ରର ବିଷୁବ ମେରୁ ଅଞ୍ଚଳଠାରୁ ବହୁ ଦୂରରେ ଥିବା ଦକ୍ଷିଣ ମେରୁଟି ଖାଲଖମାରେ ପରିପୂର୍ଣ୍ଣ । ୨୦୧୯ରେ ଚନ୍ଦ୍ରୟାନ-୨ ଲ୍ୟାଣ୍ଡ କରିବାରେ ବିଫଳ ହୋଇଥିଲା । ସେପଟେ ୧୯୬୦ ଦଶକରେ ପ୍ରଥମ ଆପୋଲ ଲ୍ୟାଣ୍ଡ ପୂର୍ବରୁ ବୈଜ୍ଞାନିକମାନେ ଅନୁମାନ କରିଥିଲେ ଯେ ଚନ୍ଦ୍ରରେ ଜଳ ଥାଇପାରେ । କିନ୍ତୁ ଆପୋଲ କର୍ମଚାରୀମାନେ ୧୯୬୦ ଦଶକର ଶେଷ ଭାଗ ଏବଂ ୧୯୭୦ ଦଶକର ପ୍ରାରମ୍ଭରେ ଚନ୍ଦ୍ରରୁ ଯେଉଁ ନମୁନା ବିଶ୍ଲେଷଣ ପାଇଁ ନେଇ ଫେରିଥିଲେ ତାହା ଶୁଷ୍କ ଥିଲା ।

୨୦୦୮ରେ ବ୍ରାଉନ ୟୁନିଭରସିଟିର ଗବେଷକମାନେ ନୂତନ ଜ୍ଞାନକୌଶଳରେ ଚନ୍ଦ୍ର ନମୁନାଗୁଡିକର ପୁନଃପରୀକ୍ଷା କରିଥିଲେ । ସେଥରୁ ହାଇଡ୍ରୋଜେନ୍ ପାଇଥିଲେ । ୨୦୦୯ରେ ଇସ୍ରୋ ନାସାର ଏକ ଉପକରଣ ଦ୍ୱାରା ଚନ୍ଦ୍ରପୃଷ୍ଠରେ ଜଳଥିବା ଜଣପଡ଼ିଥିଲା । ସେହିବର୍ଷ ଚନ୍ଦ୍ରର ଦକ୍ଷିଣମେରୁରୁକୁ ଧକ୍କାଦେଇ ଥିବା ନାସାର ଆଉ ଏକ ଯାନ ଚନ୍ଦ୍ରପୃଷ୍ଠ ତଳେ ବରଫ ଦେଖିବାକୁ ପାଇଥିଲା । ପୂର୍ବରୁ ୧୯୯୮ ରେ ଜଳ ବରଫର ସର୍ବାଧିକ ସାନ୍ଦ୍ରତା ଥିବା ପ୍ରମାଣ ପାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼